ରାଜ୍ୟ

ସମ୍ବର ମାଂସ ଜବତ, ଦୁଇଶିକାରୀ 

ନୁଆପଡ଼ା ଜିଲ୍ଲା କୋମନା ରେଞ୍ଜ ଗେରୁଯୋର ଓ ଧରାଭଟା ଗାଁରୁ ବନ ବିଭାଗ ୨୦ କେଜି ସମ୍ବର ମାସ ଜବତ କରିଛି ବନ୍ୟଜନ୍ତୁ ଶିକାର ଅଭିଯୋଗରେ

ଧରାଭଟା ଗାଁର ଶିକାରୀ ନେତୁ ଦୀପ ଓ ଜଗନ୍ନାଥପାଲିର କିଶୋର ଶଗରିଆଙ୍କୁ ବନ ବିଭାଗ ଗିରଫ କରିଛି। ଆଜି ଅପରାହ୍ନରେ ଉକ୍ତ ଗାଁରେ ବନ୍ୟଜନ୍ତୁ ଶିକାର ହୋଇଥିବା ବନ ବିଭାଗ ଖବର ପାଇଥିଲା । ଏହାର ତଦନ୍ତ ପାଇଁ କୋମନା ରେଞ୍ଜର ଦେବଦତ୍ତ ସୂତାରଙ୍କ ନେତୃତ୍ବରେ ଏକ ବନ ବିଭାଗ ଟିମ ଧରାଭଟା ଗାଁକୁ ଯାଉଥିଲେ ଗେରୁଯୋର ଗାଁ ନିକଟରେ ଏକ ବାଇକ (ଓଡି ୨୬ ଇ ୦୨୮୧)ରେ ଏକ ବସ୍ତାରେ ବନ୍ୟଜନ୍ତୁ ମାଂସ ଚାଲାଣ ହେଉଥିବା ବନ କର୍ମଚାରୀ ସନ୍ଦେହ କରିଥିଲେ। ସେଠାରେ ବାଇକକୁ ଅଟକାଇ ତଲାସି କରିବାରୁ ସମ୍ବର ମାଂସ

 ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ବାଇକରୁ ପ୍ରାୟ ୫ କେଜି ସମ୍ବର ମାସଂ ଓ ବାଇକକୁ ଜବତ କରିବା ସହ ଜଗନ୍ନାଥପାଲି ଗାଁର କିଶୋରଙ୍କୁ ଗିରଫ କରିଥିଲେ । ସେଠାରେ ପଚରା ଉଚୁରା କରିବାରୁ ଧରାଭଟା ଗାଁର ନେତୁଙ୍କ ଘରୁ ସମ୍ବର ମାଂସ ଆଣିଥିବା ଜଣାପଡ଼ିଥିଲା। ସନ୍ଧ୍ୟାରେ ବନ ବିଭାଗ ଟିମ ଧରାଭଟା ଗାଁର ନେତୁଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ଆହୁରି ୧୫ କେଜି ସମ୍ବର ମାଂସ ଜବତ କରିବା ସହ ବନ୍ୟଜନ୍ତୁ

 ଶିକାର ଅଭିଯୋଗର ନେତୁଙ୍କୁ ଗିରଫ କରିଥିଲା। ଏବେ ଦୁଇଜଣ

ଶିକାରୀଙ୍କୁ ଗିରଫ କରି କୋମନା ରେଞ୍ଜ ଅଫିସରେ ପଚରା ଉଚୁରା ଚାଲିଥିବା ଜଣାଯାଇଛି। ଏହି  ଘଟଣାରେ ଆହୁରି ୫/୬ ଜଣ ଶିକାରୀଙ୍କ ସମ୍ପୃକ୍ତି

ଥିବା ବିଭାଗ ଅନୁ

ଅନୁମାନ କରିଛି । ଏହା

ଉପରେ ଅଧିକ ତଦନ୍ତ ଚାଲିଛି ଓ

ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ

କରି ଆବଶ୍ୟକ ପଦକ୍ଷେ କ୍ଷେପ ଗ୍ରହଣ କରା‌ଯିବ

ବୋଲି କୋମନା ରେଞ୍ଜର ଶ୍ରୀ ସୂତାର କହିଛନ୍ତି।ଏହି ଚଢ଼ଉରେ ଫରେଷ୍ଟର ଜୟଲାଲ 

ଶୁକ୍ଳା, ଗୋପାଲ ମହାନନ୍ଦ, ଫରେଷ୍ଟ ଗାର୍ଡ ଲକ୍ଷ୍ମୀଧର ଘିବେଲା, ଯଜ୍ଞସେନୀ କ୍ଷୀତି, ଅର୍ଚ୍ଚନା ସାହୁ, ସୁଭସ୍ମିତା ମହାନ୍ତି, ଆଇପିସିଇଏ

ସ୍ବାର୍ଡ ଜୟଦେବ ସାହୁ, ଜଗତରାମ ମାଝି, ବନ ସୁରକ୍ଷା କର୍ମୀ ସାଗର ଠେଲା, ରୋସନ ବନଗୋଲା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *