ରାଜ୍ୟ

ଭେଣ୍ଡିଆ ପୁଅର ଅଣ୍ଟା ଅଚଳ : ସେବା କରୁଛନ୍ତି ବୃଦ୍ଧା ବିଧବା ମା

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତର କଂସାରିଗୁଡ଼ାରେ ଦେଖିବାକୁ ମିଳିଛି ଏମିତି ଏକ ଦୁଃଖଦ ଦୃଶ୍ୟ । ୩୫ ବର୍ଷର ଯୁବକ କେ ରମେଶ ରାଓ ଙ୍କ ଅଣ୍ଟା ଅଚଳ ହୋଇଥିବାରୁ ଉଠି ଚଳିବା ସକ୍ଷମ ହୋଇ ନ ପାରିବାରୁ ବିଧବା ମା ତାଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଦିନ ଥିଲା ବହୁତ ଖୁସି ମଜାରେ ପରିବାର ଚାଲୁଥିଲା । ଖାଇବା ପିଇବା କୌଣସି ପ୍ରକାର ଅସୁବିଧା ନ ଥିଲା । ବାପାମା ଙ୍କ ସହ ଯୁବକ ପୁଅ କେ ରମେଶ ରାଓ ବେଶ ଖୁସିରେ ଜୀବନ ଅତିବାହିତ କରୁଥିଲେ ।କିନ୍ତୁ ଭାଗ୍ୟର ବିଡମ୍ବନା ସ୍ତ୍ରୀ ଓ ଏକମାତ୍ର ପୁଅକୁ ଛାଡି ୧୫ ବର୍ଷ ତଳେ ଚାଲିଗଲେ ଘରର ମୁରବି ଆରପାରିକୁ । ଯିଏକି ପରିବାର ପ୍ରତିପୋଷଣ କରିବାକୁ ରାତିଦିନ ଏକ କରି ଦେଉଥିଲେ ସେ ଏଦୁନିଆରେ ନ ଥିବାରୁ ବୃଦ୍ଧା ମା ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ମା ବୃଦ୍ଧା , ଯୁବକ ପୁଅର ଅଣ୍ଟା ଅଚଳ ହୋଇଥିବାରୁ ସବୁ ସେବା ମା ହିଁ କରୁଛନ୍ତି । ଶୌଚ ଠୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ମା ହିଁ କରନ୍ତି । ମା ପୁଅ ଚଳିବା ବହୁତ କଷ୍ଟ ।ମାଟି କାନ୍ଥ ଘରକୁ ଟିଣ ଉପରେ ଲଦା ହୋଇଛି ରହିଛି । ସରକାରଙ୍କ ତରଫରୁ କେବଳ ଦୁଇ ଜଣଙ୍କୁ ୧୦ କେଜି ଚାଉଳ ସହ ୧୨ ଶହ ଟଙ୍କା ପେନସନ ଆକାରରେ ମିଳୁଛି ।ଏତିକିରେ ହିଁ ମାସ ସାରା କଷ୍ଟରେ ଚଳୁଥିବା କହିଛନ୍ତି କେ ବିଜୟ ଲଷ୍ମୀ । ୧୦ ହେବ ଯୁବକର ଅଣ୍ଟା ଅଚଳ ହେବାରୁ ସେବେଠାରୁ ବିଛଣାରେ ହିଁ ପଡିରହିଛନ୍ତି । ମା ଆଉ କଣ କରିବେ ଏପରି ଅବସ୍ଥାରେ ମଧ୍ୟ ପୁଅର ସେବା କରୁଛନ୍ତି । କଟକ ,ବିଶାଖାପାଟଣା ମେଡିକାଲ ନେଇ ଚିକିତ୍ସା କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳି ନ ଥିବା ବେଳେ ମୋର ଯଦି କିଛି ହୋଇଯାଏ ତେବେ ପୁଅର ସେବା କିଏ କରିବ ବୋଲି କହିଛନ୍ତି କେ ବିଜୟ ଲଷ୍ମୀ । ସରକାରଙ୍କ ତରଫରୁ ମୋ ପୁଅକୁ ଉତ୍ତମ ଚିକିତ୍ସା କରି ଭଲ କରି ଦେବା ସହ ଆମ ଦୁଇ ଜଣଙ୍କ ପ୍ରତି ସହାୟତା ଯୋଗାଇଦେବାକୁ ବୃଦ୍ଧା ମା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *