Uncategorized

ହିନ୍ଦୋଳ ମହାବିଦ୍ୟାଳୟରେ 75 ତମ ଏନ ସି ସି ଦିବସ ପାଳିତ

ହିନ୍ଦୋଳ :-ରିପୋର୍ଟ ନିମାଇଁ ଚରଣ ସାମଲ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ 22 ତାରିଖ ଦିନ 75 ତମ ଏନ ସି ସି ଦିବସ ଆଡମ୍ବର ତଥା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ  ହୋଇଛି l ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ହିନ୍ଦୋଳ ଏସ ଡ଼ି ପି ଓ ଦୀପକ ରଂଜନ ଜେନା  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏନ ସି ସି ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳିତ ମାର୍ଗରେ ନିୟୋଜିତ ହୋଇ ଦେଶମାତୃକାର ସେବା କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ l ପ୍ରାରମ୍ଭରେ ଏନ ସି ସି ଅଫିସର କ୍ୟାପଟେନ ଡ଼. କିଶୋର କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିବା ସହ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ  ବକ୍ତାଭାବେ ଇଂରାଜୀ ଅଧ୍ୟାପକ ଦିଲ୍ଲୀପ କୁମାର କୁମାର ଗଡ଼ନାୟକ  କ୍ୟାଡେଟ ମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟ କ୍ରମରେ ମହାହଵିଦ୍ୟାଳୟର 50 ଜଣ ଓ ରାସୋଳ ଉଚ୍ଚ ବିଦ୍ୟାଳର ଏନ ସି ସି ଅଫିସର ପୁଷ୍ପାଞ୍ଜଳି ବିହାରୀଙ୍କ ନେତୃତ୍ୱରେ 50 ଜଣ କ୍ୟାଡେଟ ଅଂଶ ଗ୍ରହଣ  କରିଥିଲେ l ବାଳକ ବିଭାଗର ଉତ୍ତମ କ୍ୟାଡେଟପାଇଁ ଦୁଷ୍ମନ୍ତ ସାହୁ ଓ ବାଳିକା ବିଭାଗର ଉତ୍ତମ କ୍ୟାଡେଟ ପାଇଁ ବର୍ଷାପ୍ରିୟଦର୍ଶିନୀ ଜେନାଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ସିଲ ପ୍ରଦାନ କରିଥିଲେ  l ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଲଷ୍ମୀପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ କ୍ୟାଡେଟ ମାନେ ଚିତାକର୍ଷକ ମନୋରଞ୍ଜନ ଭିତ୍ତିକ ନୃତ୍ୟ, ଗୀତ ପରିବେଷଣ ସହିତ ବିଭିନ୍ନ ଢଙ୍ଗରେ ରଣକୌଶଳ ପ୍ରଦର୍ଶନ କରିଥିଲେ l ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ପରିବେଶତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମହାବିଦ୍ୟାଳର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ଉତ୍ସବକୁ ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *