ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, 23/11(): ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ ପୂର୍ଣମାତ୍ରାରେ ସହଯୋଗ କରିବାକୁ ହେବ ବୋଲି କହିଥିଲେ। ଆଜି ଫୁଲ ସଜ୍ଜା ଓ ବିହନ ସଜ୍ଜା ପ୍ରତିଯୋଗିତା ହୋଇଯାଇଛି। ଏସବୁ କାର୍ଯ୍ୟକ୍ରମରେ ବହୁଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରୁଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ, ଅଧ୍ୟାପିକା ସି.ଏଚ୍. ନିର୍ମଳା ଓ ଅଧ୍ୟାପିକା ଡ଼ କଲ୍ୟାଣୀ ମିଶ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକ
ଅନୁଷ୍ଠିତ ହେଉଅଛି । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରୁଛନ୍ତି । ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ଯବାଦ୍ ଜ୍ଞାପନ କରିଛନ୍ତି ।