କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୟ ଯୋଜନା ବହୁ ଦୂରରେ, ଗଜପତିର କାଶୀନଗର ଏନଏସିରେ 3 ଜଣ ଅସହାୟ ବୃଦ୍ଧା ଦୁଃଖଦ ଜୀବନ ବିତାଇ ଆସୁଛନ୍ତି ପାରଳାଖେମୁଣ୍ଡି,
ସମାଜର ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ କଲ୍ୟାଣମୟ ଯୋଜନା ରହିଆସିଛି. ହେଲେ ଗଜପତି ଜିଲ୍ଲାର କାଶୀନଗର ଏନଏସିରେ ଏହି କଲ୍ୟାଣମୟ ଯୋଜନା ମୂଳ ଲକ୍ଷ୍ୟ ଠାରୁ ଅତି ଦୂରରେ ରହିଛି ଯଦ୍ୱାରା କାଶୀନଗର ବିଜ୍ଞାପିତ ଅଞ୍ଚଳର 3 ଜଣ ବୃଦ୍ଧା ଦୁଃଖଦ ଜୀବନ ବିତେଇ ଆସୁଥିବା ଦେଖାଦେଇଛି. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣମୟ ଯୋଜନା ଏମାନଙ୍କ ଠାରେ ସାତ ସପନ ପାଲଟିଛି. କିଛି ମଣିଷ ଏଭଳି ରହିଥାନ୍ତି ନିଜ ଜୀବନକୁ ସଂର୍ଘଷ କରି ଦୁଃଖଦ ଜୀବନଯାପନ କରିଥାନ୍ତି । ତାଙ୍କ ପାଖରେ ବାପା, ମା’, ପୁଅ ଓ ଝିଅ କେହି ବି ନଥାନ୍ତି । ଏପରି ସଂଘର୍ଷ କରି ଜୀବନ ବିତାଉଥିବା ତିନି ଜଣ ବୃଦ୍ଧା ହେଉଛନ୍ତି ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ
ଅଞ୍ଚଳ ପରିଷଦର ୬ନ ୱାର୍ଡ ଚେରା ସାହିରେ ଦିନ ବିଞ୍ଚି ୩ ବୃଦ୍ଧାଙ୍ଗ ଜୀବନ ।୩ ବୃଦ୍ଧାନ ନାମ ହେଲା- ପୂନରୁ ନେହେରା (୭୩)। ଯେଉଁମାନେ କି ୨୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଏକୁଟିଆ ଜୀବନ ବିତାଉଛନ୍ତି । ତାଙ୍କ ସ୍ୱାମୀ ସମସ୍ତ ସମ୍ପତିକୁ ବିକି ଆରପାରିକୁ ଚାଲିଗଲେଣି । ନିଜର କୌଣସି ସନ୍ତାନ ବି ନାହିଁ । ତାଙ୍କ ଭଲମନ୍ଦରେ ସାହାଯ୍ୟ କରିବା ପାଇଁ କେହି ଟି ନାହାନ୍ତି । ବର୍ତମାନ ସେ ଡେରା ସାହିର ଲୋକଙ୍କ ବାରଣ୍ଡାରେ ନିଜ ଜୀବନ ବିତାଇଆସୁଛନ୍ତି । ତାଙ୍କୁ ସରକାର ସାହାଯ୍ୟ ମିଳୁଛି ଯାହା କି ରାସନ କାର୍ଡରେ ୫ କିଲୋ ଚାଉଳ ଓ ବୃଦ୍ଧା ଭତ୍ତା । କିନ୍ତୁ ରହିବା ଓ ଶୋଇବା ପାଇଁ ଜାଗା ଖଣ୍ଡେ ନାହିଁ । ତେଣୁ ସେ ବର୍ଷକ ୧୨ ମାସ ପର ବାରଣ୍ଡାରେ ନିଜ ଜୀବନ ବିନ୍ତାଇଦିଅନ୍ତି । ସେହିପରି ଅନ୍ୟ ଜଣେ ବୃଦ୍ଧା ହେଲେ- ଏଲାମର ରାଜୁ (୭୦) । ସେ ଜଣେ ଅବିବାହିତା I ବାପା, ମା’ ୩୦ ବର୍ଷ ପୂର୍ବେ ତାଙ୍କୁ ଏକୁଟିଆ କରି ଆରପାରିକୁ ଚାଲି ଯାଇଥିଲେ । ଏକ ମନ୍ଦିର ପାଖରେ ଜାବନ ବିତାଇ ଆସୁଛନ୍ତି। ସରକାରଙ୍କ ଦ୍ଵାରା ୫ କିଲୋ ଚାଉଳ ବୃଦ୍ଧା ଭତ୍ତା ପାଉଛନ୍ତି. ସେହି ସମାନ ଅବସ୍ଥା ଦେଇ ଗତି କରୁଛନ୍ତି ଏଲାମଞ୍ଜିର । ପରଲୋକ ଘର ଦୁଆରେ ଜୀବନ ବିତାଉଛନ୍ତି । ସେହି ଡେରା ସାହିରେ ଅନ୍ୟ ଜଣ ବୃଦ୍ଧା ମହିଳା ହେଲେ- ଅଲେଖା ନରସିଆମ୍ମା (୭୫) । ଅଲେଖା ବିବାହିତ. ତାଙ୍କର ସ୍ୱାମୀ ନାହାନ୍ତି । ଗୋଟିଏ ଝିଅ ଆନ୍ଧ୍ରପ୍ରଦେଶରେ ବାହା ହୋଇଛି । ଅଲେଖା 21 ବର୍ଷ ପୂର୍ବେ ନିଜ ଝିଅକୁ ବାହା କରାଇଥିଲେ । ଝିଅକୁ ୨୦୦୨ ମସିହାରେ ବାହାଘର କରିବାକୁ ସକ୍ଷମ ନଥୁଲେ ଅଲେଖା। କାଶାନଗରବାସୀ ତାଙ୍ଗ ଝିଅ ବାହାଘର କରିବା ପାଇଁ ସାହାଯ୍ୟର ହାତ ବଢାଇଥିଲେ । ବର୍ତମାନ ଅଲେଖା ପରିସ୍ଥିତି ପୂର୍ବ 2 ଜଣଙ୍କ ପରି. କାଶୀନଗର ଡେରା ସାହିର କୌଣସି ନା କୌଣସି ଘର ବାରଣ୍ଡାରେ ଦିନରାତି କାଟନ୍ତି । ତେବେ ଏହି ୩ଜଣ ବୃଦ୍ଧା ମହିଳା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କୌଣସି ବ୍ୟବସ୍ତା କରୁ ନାହିଁ କି ପ୍ରଶାସନର ନଜରକୁ ଏମାନେ ଆସୁ ନାହାନ୍ତି। ବର୍ତ୍ତମାନ ସେମାନଙ୍କ କଥା ବୁଝିବା ପାଇଁ ପରିବାରର କେହିବି ନାହାନ୍ତି । ତେବେ ସେମାନଙ୍କର ଦେହ ଖରାପ ହେଲେ ଏମାନଙ୍କୁ ପଚାରିବ କି ? ଏହି 3 ଜଣଙ୍କୁ ସେଠାକାର ଲୋକେ କିଛି ପରିମାଣରେ ସାହାଯ୍ୟ କରି ଆସୁଛନ୍ତି. କିନ୍ତୁ କେତେ ଦିନ, କେତେ ମାସ ଓ କେତେ ବର୍ଷ ଲୋକେ ସାହାଯ୍ୟ କରିବେ ତାହା ହିଁ ପ୍ରଶାସନ ଜାଣିବା ଦରକାର । ଏହି ୩ ବୃଦ୍ଧା ମହିଳାଙ୍କ ପାଇଁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣଙ୍କ ତରଫରୁ ନିବେଦନ କରାଯାଇଛି.