ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅନିୟମିତତା ଘଟଣା,ଉଭୟ ଗୋଷ୍ଠୀ ପାଟିତୁଣ୍ଡ ଫେରି ଆସିଲେ ତଦନ୍ତ କାରୀ ଦଳ
ଖପ୍ରାଖୋଲ ୨୩/୧୧(ପିଏନ) ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଚାବ୍ରିପାଳୀ ଗାଁ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅନିୟମିତତା ଅଭିଯୋଗ ର ତଦନ୍ତ ବ୍ଲକ୍ ପ୍ରଶାସନ ତରଫରୁ ଗୁରୁବାର ଆରମ୍ଭ ହୋଇଛି। ଏ ପି ଓ ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ତଦନ୍ତ କାରୀ ଦଳ ପ୍ରଥମେ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟ ଯାଇ ଚାବ୍ରିପାଲି ଗାଁ ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ର କେସ ରେକର୍ଡ ଦେଖିବା ସହ ଚାବ୍ରିପାଲି ବୁରୋମାଲ ଗାଁ ର ଶ୍ରମିକ ମାନଙ୍କୁ ଭେଟିବା ଆଲୋଚନା କରିଥିଲେ। ସେହି ପରି ଆମ୍ବ ଗଛ ରୋପଣ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ହିତାଧିକାରୀଙ୍କୁ ଭେଟି ତଦନ୍ତ କରିଥିଲେ। ସେହି ପରି ଦାଦନ ଯାଇଥିବା ଅଭିଯୋଗ ହୋଇଥିବା ଶ୍ରମିକ ମାନଙ୍କ ସଂପର୍କରେ ପଚାରି ବୁଝିବା ସହ ଅଭିଯୋଗ କାରୀଙ୍କୁ ମଧ୍ୟ ଭେଟି ଥିଲେ। ଉଭୟ ଗୋଷ୍ଠୀ ପାଟିତୁଣ୍ଡ ହେବାରୁ ତଦନ୍ତ କାରୀ ଦଳ ଫେରି ଆସିଥିବା ଜଣାଯାଇଛି। ତଦନ୍ତ କାରୀ ଦଳରେ ଏସିପି ରାମାନନ୍ଦ ବେହେରା, ସାମାଜିକ ସମୀକ୍ଷା ଦଳ, ପିଇଓ ମୋହନ ବେହେରା, ଜି ଆର୍ ଏସ ଜିନ୍ମୟ ନନ୍ଦ, ଉଦ୍ୟାନ କୃଷି ବିଭାଗ ପ୍ରତିନିଧି ଶେଷଦେବ ମାଝୀ ସମେତ ୱାର୍ଡ ମେମ୍ବର ଓ ଶ୍ରମିକ ମାନେ ଉପସ୍ଥିତ ଥିଲେ। ଏନେଇ ଏପିଓ ସାହୁଙ୍କୁ ପଚାରିବାରୁ ବିଡ଼ିଓ ଙ୍କ ନିର୍ଦ୍ଦେଶ ରେ ତଦନ୍ତ ଚାଲିଛି ବୋଲି କହିବା ସହ ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଝଗଡା ହେଉଥିବା କହିଛନ୍ତି। ସୂଚନା ଯୋଗ୍ୟ ଗତ ୬ ତାରିଖ ରେ ଗାଁ ର କିଛି ବ୍ୟକ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନିୟମିତତା ହୋଇଥିବା ନେଇ ପାଟଣାଗଡ ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ କିଛି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।