ମଣ୍ଡେଇ ମହୋତ୍ସବ ଭୂମିପୂଜନ ଅନୁଷ୍ଠିତ।
ନବରଙ୍ଗପୁର:ତା 24/11 ନବରଙ୍ଗପୁର ଜିଲ୍ଲା ର କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରା ସମ୍ପର୍କର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-2023,ଓ ପଲ୍ଲୀଶ୍ରୀ ମେଳା ଆସନ୍ତା ଡିସେମ୍ବର 10 ତାରିଖ ରୁ 14 ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆ,ହର୍ଲି ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଡିସେମ୍ବର ଏକ ତାରିଖରେ ଝରିଗାଁ ବ୍ଳକ ସ୍ଥିତ ପ୍ରସିଦ୍ଧ ଚନ୍ଦନ ଧାରା ଶୈବପିଠ ରୁ ମଣ୍ଡେଇ ମହୋତ୍ସବ ର ଶୁଭାରମ୍ଭ କରାଯିବ। ମଣ୍ଡେଇ ମହୋତ୍ସବ ରେ ଜିଲ୍ଲା, ରାଜ୍ୟ,ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ଵାରା ଅକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରେ ଆଜି ମଣ୍ଡେଇ ପଡ଼ିଆରେ ମଣ୍ଡେଇ ମଞ୍ଚ ପ୍ରସ୍ତୁତି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ନବରଙ୍ଗପୁର ଡଃ କମଳ ଲୋଚନ ମିଶ୍ର ଏଥିରେ ଯୋଗ ଦେଇ ପୂଜା ଅର୍ଚନା ପୂର୍ବକ ଭୂମି ପୂଜନ କରିଥିଲେ।ନବରଙ୍ଗପୁର ସହର ର ପ୍ରବିଣ ପୁରୋହିତ ଗୁପ୍ତ ପ୍ରସାଦ ଷଡଙ୍ଗୀ ମନ୍ତ୍ର ପାଠ କରି ପୂଜାର୍ଚ୍ଚନା କରାଇଥିଲେ। ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ର ସାଂସ୍କୃତିକ ଗଣ ପର୍ବ ମଣ୍ଡେଇ କିପରି ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବ ସେ ସେଦିଗରେ ସମସ୍ତ ଙ୍କର ସାହାଯ୍ୟ ଓ ଆନ୍ତରିକ ସହଯୋଗ କାମନା କରିଥିଲେ। ଏଥିରେ ମଣ୍ଡେଇ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ମଣ୍ଡେଇ ସ୍ମରଣିକା କମିଟି ର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ, ମୁନ୍ନା ତ୍ରିପାଠୀ, ଅଗ୍ନି ପୁର ସରପଞ୍ଚ ଦିବାକର ପୁଝାରୀ, ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି ର ସଦସ୍ୟ ସୁସମା ଜେନ,ସୀମାଞ୍ଚଳ ରଥ, ଦୁର୍ଗା ପ୍ରସାଦ ପାଢି, ବାସନ୍ତୀ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ।