ମୋ ପରିବାର’ ଅଭିଯାନରେ ସାମିଲ ହେଲେ ପାରାଦୀପ ବିଜେପି ନେତା ସମ୍ପଦ
=========================
ପାରାଦୀପ – ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଖାପାଖି ୫ମାସ ସମୟ ବାକି ଥିବାବେଳେ ଏବେ ଠାରୁ ଅନେକ ଦଳ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଲେଣି । ହେଲେ ଏଭଳି ସମୟରେ ଦଳୀୟ ନେତାମାନେ ନିଜ ନିଜର ଟିକେଟକୁ ନେଇ ସଂଶୟରେ ଥିବା ଯୋଗୁଁ ଚୁପଚାପ ହୋଇ ବସି ରହିଛନ୍ତି ।
ଅନ୍ୟପକ୍ଷରେ ସବୁର ବ୍ୟତିକ୍ରମ ହୋଇ ଜନତାଙ୍କ ନିକଟକୁ ବାହାରିଛନ୍ତି ପାରାଦୀପ ନିର୍ବାଚନମଣ୍ଡଳୀର ବିଜେପି ନେତା ସମ୍ପଦ ସ୍ୱାଇଁ । ସେ ନିଜେ ପ୍ରତ୍ୟେକ ଗାଁର ପ୍ରତିଟି ଘରକୁ ଘର ଯାଇ ସାଧାରଣ ଲୋକଙ୍କ ସହ ସମ୍ପର୍କ ଯୋଡୁଛନ୍ତି । ମୋ ଗାଁ, ମୋ ମାଟି, ମୋ ପରିବାର ଅଭିଯାନ ନାଁରେ ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସମ୍ପଦ । ଆଜି ବାଗୋଇ ଫଚାୟତର ବାଗୋଲ ଗାଁରୁ ସେ ମୋ ପରିବାର ଅଭିପାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆସନ୍ତା ଦୁଇ ମାସ ଧରି ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ପରିବାର ଲୋକଙ୍କୁ ଭେଟିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି କୁହାଯାଇଛି ।
ନିର୍ବାଚନ ବହୁତ ଆଗରେ ଥିବାବେଳେ ଏବେଠାରୁ କାହିଁକି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ସମ୍ପଦ କହିଛନ୍ତି ଯେ, ମୋ ପରିବାର ଅଭିଯାନର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ସେ ହେଉଛନ୍ତି ପାରାଦୀପ ମାଟିର ପୁଅ । ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ପରିବାର ତାଙ୍କ ପରିବାର ଭଳି । ପ୍ରତିଟି ପରିବାର ସୁଖ, ଦୁଃଖରେ ସାମିଲ ହୋଇ ସେମାନଙ୍କ ପ୍ରତିଟି ସମସ୍ୟାକୁ ଅତିନିକଟରୁ ଜାଣିବା ଏବଂ ତାର ସମାଧାନ କରିବା ପାଇଁ ଏଭଳି ଏକ ଛୋଟିଆ ପ୍ରୟାସ ଆରମ୍ଭ କରିଛନ୍ତି । ପାରାଦୀପ ଅଞ୍ଚଳ ଗୋଟିଏ ଶିଳ୍ପାଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ପ୍ରତ୍ୟେକ ଗାଁରେ ବେରୋଜଗାର ଯୁବପିଢିଙ୍କ ସଂଖ୍ୟା ଅନ୍ୟ ନିର୍ବାଚନମଣ୍ଡଳୀ ଠାରୁ ଯଥେଷ୍ଟ ଅଧିକ । ପାରାଦୀପର ଯୁବ ପିଢି କାମଧନ୍ଦା ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି କଥା ତାଙ୍କ ମନରେ ଗଭୀର ଆଘାତ ଦେଇଛି । ସେଥିପାଇଁ ସେ ପ୍ରତ୍ୟେକ ଗାଁର ପ୍ରତିଟି ଘରକୁ ଯାଇ ସେହି ଗାଁର ତଥା ସେହି ପରିବାରର ଛୋଟ ଓ ବତ ସମସ୍ୟା ବିଷୟରେ ଅବଗତ ହେଉଛନ୍ତି । ସମସ୍ୟା ଗୁଡିକ ଅତି ନିକଟରୁ ବୁଝିଲେ ଆଗାମୀ ଦିନରେ ଏହାର ସମାଧାନ ପାଇଁ ନିଜେ ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ତା ସହିତ ଘର ଭିତରେ ରହିଯାଉଥିବା ମହିଳାଙ୍କ ସମସ୍ୟାରୁ ଏହି ଅଭିଯାନ ବେଳେ ଅଧିକ ଗୁରୁତ୍ବ ଦେବେ ବୋଲି ସେ ଜଣାଇଛନ୍ତି । ତେବେ ସମ୍ପଦଙ୍କ ମୋ ପରିଚାର ଅଭିଯାନକୁ ନେଇ ସାଧାରଣରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ଗହଳିରେ ଲୋକମାନେ ମୋ ପରିବାର ଅଭିଯାନକୁ ଏକ ସାଧୁ ଉଦ୍ୟମ ବୋଲି କହୁଛନ୍ତି । ପାରାଦୀପର ରାଜନୈତିକ ବିଶ୍ଳେଷକଙ୍କ ମତରେ ଏହା ସମ୍ପଦଙ୍କ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି । ତେବେ ଗତ ତିନି ଦଶନ୍ଧି ବା ୩୦ ବର୍ଷର ପାରାବୀପ ରାଜନୀତି ମଧ୍ୟରେ କୌଣସି ଦଳର ନେତା କେବେ ଘରକୁ ଘର ଅଭିଯାନ କରିନାହାନ୍ତି କି ସାଧାରଣ ଲୋକଙ୍କ ଯୋଡି ହେବା ପାଇଁ ଚେଷ୍ଟା କରିନାହାନ୍ତି । ଅନ୍ୟପକ୍ଷରେ ଗାଁ ଲୋକଙ୍କୁ ସେମାନଙ୍କ ଘରେ ଭେଟିବା ନିଶ୍ଚିତ ଭାବରେ ସମ୍ପଦଙ୍କୁ ପାରାଦୀପ ଜନତାଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ କରିପାରିବ ।