ରାଜ୍ୟ

ବିରୋଧୀ ଦଳ ବିଧାୟକ ଙ୍କୁ ସାମ୍ନା କରିପାରୁନାହାନ୍ତି ସରକାର-ରୁଦ୍ର ପାଣି*

ଅନୁଗୁଳ: ତା୨୫/୧୧ ଓଡ଼ିଶା ସରକାର ବିଧାନସଭା ଠିକ ଭାବେ ଚଲାଇ ପାରୁନାହାନ୍ତି,ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ୩୦ ଦିନର ବିଧାନସଭା ଅଧିବେଶନ କୁ ମାତ୍ର ୪ଦିନରେ ବନ୍ଦ କରିଛନ୍ତି ସରକାର, ଯାହାକି ଗଣତନ୍ତ୍ର ପ୍ରତି ବିପଦ ସଂକେତ ବୋଲି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି।ବିରୋଧୀ ଦଳ ବିଧାୟକ ଙ୍କୁ ସରକାର ସାମ୍ନା କରି ପାରୁନାହାନ୍ତି ବୋଲି ସେ କହିଛନ୍ତି ।ବିଧାନସଭା ରେ ରାଜ୍ୟର ସାଧାରଣ ଲୋକଙ୍କ ସମସ୍ୟା କୁ ବିଧାୟକ ମାନେ ଉପସ୍ଥାପନ କରିଥାନ୍ତି ଏବଂ ସରକାର ଏ ଦିଗରେ ପଦକ୍ଷେପ ନେଇ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରାଯାଇଥାଏ କିନ୍ତୁ ରାଜ୍ୟରେ ଏକ ଅଗଣତାନ୍ତ୍ରୀଙ୍କ ସରକାର ଚାଲିଛି ,ଲୋକପ୍ରତିନିଧି, ବିଧାୟକ, ମନ୍ତ୍ରୀ ମାନଙ୍କର କୌଣସି କ୍ଷମତା ନାହିଁ କେବଳ ସରକାରୀ ଅଫିସର ମାନଙ୍କର ଶାସନ ଚାଲିଛି ବୋଲି ଶ୍ରୀ ପାଣି ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *