ରାଜ୍ୟ

ଧାନମଣ୍ଡି ଶୀଘ୍ର ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

ଅନୁଗୁଳ:

ଅନୁଗୁଳ ଜିଲ୍ଲାରେ ଅଦ୍ୟାବଧି ମଣ୍ଡି ନ ଖୋଲିବା ନେଇ ବିଜେପି କୃଷକମୋର୍ଚା ଉଦବେଗ ପ୍ରକାଶ କରିଛି। ଅନୁଗୁଳ ଜିଲ୍ଲାରେ ଖୁବଶୀଘ୍ର ଧାନମଣ୍ଡି ଖୋଲିବା ପାଇଁ ବିଜେପି କୃଷକମୋର୍ଚା ଜିଲ୍ଲା ସଭାପତି ବିଜୟ ମାଝି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ଅନୁଗୁଳ ଉପ ଜିଲ୍ଲାପାଳ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର କୌଣସି ସ୍ଥାନରେ ମଣ୍ଡି ଠିକ ଭାବେ ଅଦ୍ୟାବଧି ଖୋଲିନାହିଁ ଫଳରେ ଚାଷୀ ମାନେ ଉତ୍ପାଦନ କରିଥିବା ଧାନ କୁ ବିକ୍ରି କରି ପାରୁ ନାହାଁନ୍ତି।ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡି ଖୋଲା ନ ଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି କୃଷକମୋର୍ଚା ପ୍ରଶାସନ କୁ ଚେତାବନୀ ଦେଇଛି।ଜିଲ୍ଲା କୃଷକମୋର୍ଚା ସଭାପତି ଶ୍ରୀ ମାଝି ଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରାଜ୍ୟ କୃଷକମୋର୍ଚା ସଂଯୋଜକ ଜଗନ୍ନାଥ ଗଡ଼ନାୟକ ସିଂହ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଶ୍ରୀପତି ସାହୁ, ଅଶୋକ କୁମାର ପ୍ରଧାନ, ମିତା ପାତ୍ର, ବିଭୁତି ଭୂଷଣ ନାଏକ, ଭୀଷ୍ମ ପ୍ରଧାନ, ଅଜୟ କୁମାର ବେହେରା, ସତ୍ୟବ୍ରତ ପ୍ରଧାନ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *