ରାଜ୍ୟ

ଜିଲ୍ଲା ସ୍ତରୀୟ ମାଛ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ନବରଙ୍ଗପୁର:- ନବରଙ୍ଗପୁରରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ମାଛ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି ।ଜିଲ୍ଲାର ମାଛ ଓ ପଶୁ ସମ୍ପଦ ବିକାଶ ବିଭାଗ ,କୃଷି ଓ ଉଦ୍ୟାନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୨୫ ରୁ ଅଧିକ ସ୍କୁଲରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ମେଳାର ପ୍ରଥମ ଦିନରେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ମୋତିରାମ ନାୟକ ,ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ର ସଭାପତି ଭାବେ ଯୋଗଦାନ କରି ବିଭିନ୍ନ ଚାଷୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ପଦ୍ଧତି କୁ ଗ୍ରହଣ କରିବା ଓ ଏହାର ଉଚିତ ଉପଯୋଗ କରି ଚାଷୀମାନେ କିପରି ଲାଭାନିତ ହୋଇପାରିବେ ସେ ପ୍ରତି ଚାଷୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ ।ମେଳାର ପ୍ରଥମ ଓ ଦ୍ୱିତୀୟ ଦିନରେ ଡ଼ଃ ନାଗେଶ କୁମାର ବାରିକ,ଡ଼ଃ ପ୍ରତାପ ରାଉତରାୟ,ଡ଼ଃ ଶଶାଙ୍କ ଲେଙ୍କା ,ସନ୍ତୋଷ କୁମାର ଦଳାଇ, ଜି ଜଗଦୀଶ ରାଓ,ଭେଙ୍କଟ ରେଡି, ଡ଼ଃ ରାଧେଶ୍ୟାମ ନାୟକ,ରଞ୍ଜିତା ବେହେରା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ମେଳାରେ ଯୋଗଦାନ କରିବା ସହିତ ଷ୍ଟଲ ପ୍ରଦର୍ଶନ କରିଥିଲେ । ଶ୍ରୀ ଗଣେଶ ପ୍ରାଥମିକ ସମବାୟ ସମିତି, ନରହରି ନାୟକ, ଜଳନ୍ତି ମାଳା ସଂୟ ସହାୟକ ଗୋଷ୍ଠୀ , ଇମରାନ ଖାଁ ,  କୋଷାଗୁମୁଡା ବ୍ଲକର ମହିଳା ମଣ୍ଡଳ ଏସ ଏଚ ଜି , ମାନସ ରଞ୍ଜନ ପଟ୍ଟନାୟକ, ବିଭାସ ବଛାର , ମହମ୍ମଦ ଇଯାଜକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ଃ ରାଧେଶ୍ୟାମ ନାୟକ ସ୍ୱାଗତ ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ  ।ବୈଜ୍ଞାନିକ ମାନଙ୍କ ଦ୍ଵାରା ଉନ୍ନତି ଚାଷ ପ୍ରଣାଳୀ ,ନୂତନ ଜ୍ଞାନ କୌଶଳ ବିଷୟରେ ଚାଷୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଦୁଇ ଦିନ ମଧ୍ୟରେ ୧୪୦୦ ରୁ ଉର୍ଦ୍ଧ୍ବ ଚାଷୀ  ,ଉଦ୍ୟୋଗୀ ,ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ ।ଜିଲ୍ଲା ସଂସ୍କୃତିକ ସଂଘ ପକ୍ଷରୁ କଳାକାର ମାନଙ୍କ ଦ୍ଵାରା ମାଛ ଓ ପଶୁ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ବିଷୟରେ ନାଟକୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଜିଲ୍ଲା ମାଛ ଅଧିକାରୀ ରଞ୍ଜିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *