ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ସଂବିଧାନ ଦିବସ ପାଳିତ
ମାଲକାନଗିରି।ତା:୨୬/୧୧
ମାଲକାନଗିରି ବ୍ଳକ ସ୍ଥିତ ଏମଭି- ୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ୭୪ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ଯୋଗ ଭାରତୀୟ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ। ଭାରତରେ ରାଜତନ୍ତ୍ର ଶାସନ ପରେ ପରେ ମୁସଲିମ ଓ ଇଂରେଜୀ ଶାସନ ଯୋଗୁଁ ଦୀର୍ଘ ବର୍ଷର ପରାଧୀନ ପରେ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ କଲା । ଏଣୁ ଭାରତକୁ ଶାସନ
କରିବା ପାଇଁ ଡଃ ବି ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ସଂବିଧାନ ନିର୍ମାଣ ଲାଗି ଡ୍ରାଫ୍ଟଙ୍ଗ୍ କମିଟି ଗଠନ କରାଗଲା। ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନରେ ସଂପନ୍ନ ହେଲା ଭାରତୀୟ ସମ୍ବିଧାନ।୧୯୪୯ ମସିହା ନଭେମ୍ବର ୨୬ ରେ ଭାରତୀୟ ସମ୍ବିଧାନ ଜନ୍ମ ଲାଭ କଲା ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ କାର୍ଯ୍ୟକାରୀ କରାଗଲା । ଭାରତୀୟ ସମ୍ବିଧାନର ଜନକ ଭାବେ ଡ଼ଃ ବି ଆର ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ପାଇଁ ଆଜି ସ୍ମୃତି ଚାରଣ କରିବାର ମହାନ ଦିବସ ବୋଲି ସେ ପ୍ରକାଶ କରିଥିଲେ। ଆଜି ପ୍ରତ୍ୟେକ ନାଗରିକ ୬ଗୋଟି ମୌଳିକ ଅଧିକାରକୁ ପାଇବା ସହ ସମାଜବାଦ,ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର ପାଇ ପାରିଛେ । ପ୍ରତ୍ୟେକ ନାଗରିକ ଭାରତର ସଂବିଧାନକୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମ୍ବେଦକର ବିଚାର ପରିଷଦ ର ସଭାପତି ଲକ୍ଷ୍ମଣ ଘରାମୀ, ସଂପାଦକ କେ ଦେଶୀ ରାଜୁ ଆଚାରୀ, ଶିକ୍ଷକ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ସଂବିଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ସଂବିଧାନ ପୁସ୍ତକ ବଣ୍ଟନ କରାଯାଇଥିଲା।