ରାଜ୍ୟ

ପୂର୍ବତନ ବ୍ଲକ ଅଧକ୍ଷ ସାକା ବାଲାଜୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ l

କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର)୨୬/୧୧/୨୦୨୩:କୁକୁଡାଖଣ୍ଡି ସରପଞ୍ଚ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ସାକା ବାଲାଜୀ ଙ୍କ ପ୍ରତିମୂର୍ତ୍ତି କୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ମଣି ଦ୍ୟାନ ସାମନ୍ତରାୟ କୁକୁଡାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚନ କରିଛନ୍ତି l ଆତସ ବାଦି,ବାଇଦ ବାଜଣା ମାଧ୍ୟ୍ୟମରେ ହଜାର ହଜାର ଶୁଭେଛୁ ଙ୍କ ଗହଳ ରେ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା l କୁକୁଡାଖଣ୍ଡି ରଥ ଚକଡା଼ (ବଡ଼ଦାଣ୍ଡ) ଛକ ରେ ସାକା ବାଲାଜୀ ଙ୍କ ଜୀବନ ଶୈଳୀ କୁ ନେଇ ଏକ ବିରାଟ ସୃତି ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଅବସରପ୍ରାପ୍ତ ଜିଲ୍ଲାପାଳ ଡି. ଜଗନ୍ନାଥ ସଭାପତିତ୍ୱ କରିଥବା ବେଳେ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ. ମଣିବାବୁ ମଞ୍ଚ ପରିଚାଳନା କରିଥିଲେ l ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ସାଙ୍ଗକୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ମୁଖ୍ୟ ଅତିଥି ଭାବେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଯୋଗ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ଭାବେ ପୂର୍ଵତନ ବିଧାୟକ ଡ଼. ତ୍ରିନାଥ ବେହେରା ସାକା ବାଲାଜୀ ଜଣେ ଦରଦୀ ମଣିଷ
ଗରିବ ର ବନ୍ଧୁ ବୋଲି ସମ୍ବୋଧନ କରିଥିଲେ l ଏଲମା ସମାଜ ପକ୍ଷରୁ ଅଦଲ ନନ୍ଦ କିଶୋର ଜୀବନ କାହାଣୀ କୁ ନେଇ ଆଦୃତ ସ୍ମରଣିକା ପଠନ କରିବା ସାଙ୍ଗକୁ ମଞ୍ଚ ଉପରେ ବସିଥିବା ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ l ଅନ୍ୟତମ ଅତିଥି ଭାବେ ପୂର୍ଵତନ ବିଧାୟକ ଶିବ ଶଙ୍କର ସାହାଣୀ ପୂର୍ଵତନ ବିସିସି ବ୍ୟାଙ୍କ ସଭାପତି ଡି. ବିଶ୍ୱନାଥ ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ପ୍ରମୋଦ ଜେନା ବରିଷ୍ଠ ସାମ୍ବାଦିକ ରବି ରଥ,ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ମହାରାଜ, ସୁଦର୍ଶନ ସେଠି, ସମବାୟ ସମିତି ସଙ୍ଗ ର ସଭାପତି କୈଳାଶ ରଣା, ସମାଜସେବୀ ଦିଲୀପ କୁମାର ପାତ୍ର, ନିତ୍ୟାନନ୍ଦ ଦଳେଇ,କାଞ୍ଚିଲି ର ୱାଇଏସଆର ନେତା ଇପିଲି କ୍ରିଷ୍ଣା, କାଞ୍ଚିଲି ର ପୂର୍ବତନ ବ୍ଲକ ଅଧକ୍ଷା ଇପିଲି ଲିଲା,ଆଇନଯିବି ଡି. ଶଙ୍କର ଆଚାରୀ,ଏଲେମା ସମାଜ ର ସଭାପତି ଅଦଲ କ୍ଷେତ୍ରବାସୀ, ଅଦଲ ଚକ୍ରପାଣି ସାକା ଅଜିତ ଅଦଲ ଚେନେୟା, କୈଳାସ ନାହାକ, ସାକା ରଜତ, ବନମାଳୀ ଜେନା, ଗଦାଧର ଜେନା, ସୁକାନ୍ତ ପାତ୍ର,ପି.‌ ସୁମନ ଦାସ, କାମରାଜ ଡାକୁଆ ସମେତ ପାଞ୍ଚ ହଜାର ଲୋକ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଆଇନ ଶୃଙ୍ଖଳା ନିୟନ୍ତ୍ରଣ କୁ ଦୃଷ୍ଟି ରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଶେଷରେ ଏହି କାର୍ଯ୍ୟକ୍ରମ ର ଆୟୋଜକ ତଥା ସାକା ବାଲାଜୀ ଙ୍କ ସୁପୁତ୍ର ସାକା ସୁଜିତ ଧନ୍ୟବାଦ ପ୍ରଦାନ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର ଙ୍କ ସହ ବିଭିନ୍ନ ଦଳର ନେତା ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ l
କାର୍ଯ୍ୟକ୍ରମ ରେ ସ୍ବର୍ଗତ ବାଲାଜୀ ଙ୍କ ଘନିଷ୍ଠ ପୂର୍ବତନ ବିଧାୟକ ଓ ନେତା ଯୋଗ ଦେଇଥିବାରୁ ଏବଂ ପୂର୍ବରୁ ସାକା ସୁଜିତ୍ ଦିଗପହଣ୍ଡି ରୁ ଦୁଇ ଥର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚିନ ଲଢିଥିଲେ। ସାଧାରଣ ନିର୍ବାଚନ ପୂର୍ବ ରୁ ବର୍ତମାନ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବିଭିନ୍ନ ଦଳୀୟ ନେତାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଆମନ୍ତ୍ରିତ କରି ନିଜ ର ଶକ୍ତି ପ୍ରଦର୍ଶନ କରିଥିବା ରାଜନୈତିକ ମହଲ ରେ ଚର୍ଚା ଯୋର୍ ଧରିଛି।

Leave a Reply

Your email address will not be published. Required fields are marked *