ରାଜ୍ୟ

ଡିସେମ୍ବର ୮ରେ କେସିଓ ଦ୍ୱାରା ଷ୍ଟାଣ୍ଡ ଅପ୍‌ କମେଡ଼ି ସୋ

ଭୁବନେଶ୍ୱର : ଏବେ ଯୁବବର୍ଗର୍ଙ୍କ ମଧ୍ୟରେ ଷ୍ଟାଣ୍ଡ ଅପ୍‌ କମେଡ଼ି ଏକ ନୂଆ ମୋଡ଼ ନେଇଛି । ଅନେକ ଯୁବଗୋଷ୍ଠୀ ଏବେ ଏ ଦିଗରେ ଆକୃଷ୍ଟ ହେବା ସହ ସୋସିଆଲ ମଡ଼ିଆରେ ଏହା ଏବେ ଚର୍ଚ୍ଚାରେ ରହିଛି । ମୋବାଇଲ ଖୋଲିବା ମାତ୍ରେ ଫେସବୁକ ହେଉ କି ଇନଷ୍ଟଗ୍ରାମରେ ଏହାର ଝଲକ ଦେଖିବାକୁ ମିଳୁଛି । ଏହି ଷ୍ଟାଣ୍ଡ ଅପ୍‌ କମେଡ଼ି ମନୋରଂଜନର ଏକ ନିଆରା ମାଧ୍ୟମ । କଥା ଛଳରେ ଲୋକଙ୍କ ଭିତରେ ଆମୋଦର ଅଦାନପ୍ରଦାନ ହିଁ ପ୍ରମୁଖ ଉଦ୍ଦେଶ୍ୟ । ସମୟ ବଦଳିବା ସହ ଏହା ଏବେ ଅନେକଙ୍କ ପାଇଁ ଏକ ସୁଯୋଗ ବି ସୃଷ୍ଟି କରିଛି । ହସିବା ଆଉ ହସାଇବା ଦିଗରେ ଏକ ନୂତନ ପରିକଳ୍ପନା –ଷ୍ଟାଣ୍ଡ ଅପ କମେଡ଼ି । ଏହି ଉପକ୍ରମରେ କମେଡ଼ି କ୍ଳବ ଅଫ ଓଡ଼ିଶା ବା କେସିଓ ତରଫରୁ ଆଗାମୀ ଡ଼ିସେମ୍ବର ୮ ସଂଧ୍ୟା ୬.୩୦ ରେ ଭଂଜକଳା ମଣ୍ଡପରେ ଏହି ଷ୍ଟାଣ୍ଡ ଅପ କମେଡ଼ି ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଲୋକମାନଙ୍କୁ ପାରମ୍ପରିକ ଜୀବନ ଶୈଳୀ ଭିତରୁ ବାହାର କରି ସେମାନଙ୍କ ମୁହଁରେ ହସ ଭରିବା ଏହି କ୍ଲବର ଉଦ୍ଦେଶ୍ୟ ବୋଲି ଏହାର ସମ୍ପାଦକ ରିତେନ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବଛା ବଛା ଷ୍ଟାଣ୍ଡ ଅପ କମେଡ଼ି କରୁଥିବା ବ୍ୟକ୍ତିବିଶେଷ ମାନଙ୍କ ଦ୍ୱାରା ପରିଚାଳିତ ହେବ । ତେବେ ଅଗ୍ରୀମ ଟିକେଟ ବୁକିଂ ପାଇଁ ମୋ- ୯୭୪୨୫୨୮୩୯୨ ରେ ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *