ରାଜ୍ୟ

ଟି-୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା, ଜିମ୍ବାଓ୍ବେ ବିଫଳ

ଓ୍ବିଣ୍ଡୋକ: ଉଗାଣ୍ଡା କ୍ରିକେଟ ଦଳ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଛି। ଉଗାଣ୍ଡା କ୍ରିକେଟ୍ ଟି-୨୦ ବିଶ୍ବକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏହା ସହ ଯୋକୌଣସି ଟି-୨୦ ବିଶ୍ବକପ ଖେଳିବାରେ ପଞ୍ଚମ ଆଫ୍ରିକୀୟ ଦେଶରେ ପରିଣତ ହୋଇଛି ଏହି ଦେଶ। ଗୁରୁବାର ନାମିବ୍ୟାର ଓ୍ବିଣ୍ଡୋକଠାରେ ଖେଳାଯାଇଥିବା କ୍ବାଲିଫାୟର ମ୍ୟାଚରେ ଉଗାଣ୍ଡା ଦଳ ରଓ୍ବାଣ୍ଡାକୁ ୯ ଓ୍ବିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ୨୦୨୪ ଟି-୨୦ ବିଶ୍ବକପ ପାଇଁ ନାମିବ୍ୟା ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ।ଅନ୍ୟପକ୍ଷରେ ଜିମ୍ବାୱେ ଦଳ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଏହି ଦଳ ନାମିବିଆ ଓ ଉଗାଣ୍ଡାଠାରୁ ପରାସ୍ତ ହେବା ପରେ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ ହୋଇଛି। ଜିମ୍ବାୱେ ଗତ ଟି-୨୦ ବିଶ୍ୱକପ୍ ରେ ଦଳର ଅଂଶ ଥିଲା। ନିକଟରେ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପ ପାଇଁ ବି ଜିମ୍ବାଓ୍ବେ ଯୋଗ୍ୟତା ଅର୍ଜନ କରିପାରିନଥିଲା ।

Leave a Reply

Your email address will not be published. Required fields are marked *