ରାଜ୍ୟ

୪ ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ାଉ କରି ନକଲି ନୋଟ୍‌ କାରବାରର ପର୍ଦ୍ଦାଫାସ କଲା ତଦନ୍ତକାରୀ ସଂସ୍ଥା ଏନଆଇଏ

ମୁମ୍ବାଇ: ନକଲି ଭାରତୀୟ ନୋଟ୍‌ (ଏଫ୍‌ଆଇସିଏନ୍‌) ଉତ୍ପାଦନ ଓ ପ୍ରସାରଣରେ ସମ୍ପୃକ୍ତ ଏକ ନେଟୱାର୍କର ପର୍ଦ୍ଦାଫାସ କରି ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ) ଶନିବାର ୪ଟି ରାଜ୍ୟରେ ଚଢ଼ାଉ କରିଛି। ୬,୬୦୦ ଟଙ୍କାର ନକଲି ନୋଟ୍‌ (୫୦୦, ୨୦୦ ଓ ୧୦୦ ଟଙ୍କିଆ) ସହିତ ମୁଦ୍ରା ଛାପା କାଗଜ, ପ୍ରିଣ୍ଟର ଏବଂ ଡିଜିଟାଲ ଉପକରଣକୁ ମଧ୍ୟ ଜବତ କରିଛି ଏନ୍‌ଆଇଏ।ନଭେମ୍ବର ୨୪ ତାରିଖରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ ହେବା ପରେ ଏନଆଇଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସୀମାରେ ନକଲି ନୋଟ୍‌ ଚାଲାଣ ଏବଂ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଚଳନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ବିଶେଷ ବୋଲି ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିଲା।

Leave a Reply

Your email address will not be published. Required fields are marked *