ପ୍ରୟାସ ପକ୍ଷରୁ ରକ୍ତଦାନ ଶିବିର ୫୦ ୟ୍ୟୁନିଟ ରକ୍ତ ସଂଗ୍ରହ।
ବଡ଼ଚଣା
:
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଚଣ୍ଡିଖୋଲ ପ୍ରେସକ୍ଲବ କାର୍ଯ୍ୟଳୟ ପରିସରରେ ଆଜି ଆୟୋଜନ କରିଥିଲା ।ଭାରତ ର ପ୍ରାକ୍ତନ ମହାମହିମ ରାଷ୍ଟ୍ରପତି ସ୍ବର୍ଗତ ଡ ଏ ପି ଜେ ଅବଦୁଲ କଲାମ ୨୦୦୩ ମସିହାରେ ବଡ଼ଚଣା ଗ୍ରସ୍ତ କାର୍ଯ୍ୟକ୍ରମ ରେ ଆଦିବାସୀ ଓ ଶବର ଲୋକ ମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ଯୋଗାଇ ଦିଆଯାଇଥିଲା ।ପାନୀୟ ଜଳ ବିଦ୍ୟୁତ ସେବାଭଳି ଅନେକ ଯୋଜନା ତାଙ୍କର କର କମଳରେ ଉତ୍ସାର୍ଗୀକୃତ ହୋଇଥିଲା । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଧେଶ୍ୟରେ ଆଜି ପ୍ରେସକ୍ଲବ କାର୍ଯ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଶ୍ରୀ ତ୍ରିପାଠୀ ପ୍ରଥମେ କଲାମ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ରକ୍ତଦାତା ମାନଙ୍କ ନିକଟକୁ ଯାଇ ରକ୍ତଦାନ ମହତଦାନ ଏହାଠାରୁ ବଳି ସେବା ଆଉ କିଛିନାହିଁ ବୋଲି କହିବା ସହିତ ରକ୍ତଦାତା ମାନଙ୍କୁ ଉସ୍ଛାହିତ କରିଥିଲେ । କଟକ ବ୍ଲଡ଼ବ୍ୟାଙ୍କ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉସ୍ଛାହିତ କରିଥିଲେ । ପ୍ରୟାସର ସଭାପତି ଆଇନଜୀବୀ ଆଶିଷ କୁମାର ମହାପାତ୍ର ,ସମ୍ପାଦକ ସାମ୍ବାଦିକ ଭାରତ ଭୂଷଣ ପଣ୍ଡା ,ପ୍ରମୋଦ ଜେନା,ହେମଶ ଜେନା, ବସନ୍ତ କୁମାର ପଲେଇ,ମକରଧ୍ଵଜ ଦାସ ,ଅମୀୟ ମହାରଣା ,ମୋହନ ମହାରଣା ,ପ୍ରମୋଦ ମହାପାତ୍ର ,ବିଶ୍ୱଜିତ ବରାଳ,ଆମ୍ବୁଜ ରାଉତ , ପ୍ରତାପ ଗୋଛାୟତ ପ୍ରମୁଖ ରକ୍ତଦାନ କରିଥିଲେ । ସାମ୍ବାଦିକ ଶିବରାମ ସାହୁ ,କିଶୋର ସେଠୀ,ଉତ୍କଳ ପ୍ରଧାନ ,ସୁଶାନ୍ତ ନାୟକ ,ମନୋଜ ମହାନ୍ତି ସମରେନ୍ଦ୍ର ମହାଲା ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହିତ ରକ୍ତଦାତା ମାନଙ୍କର ସେବାଯତ୍ନ କରିଥିଲେ । ଆଜିର ଏହି ଶିବିରରେ ୫୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗୃହୀତ ହୋଇଥିଲା ।ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ରକ୍ତଦାତା ଓ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।