ରାଜ୍ୟ

ଉଦୀୟମାନ ପକ୍ଷରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ ।

ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ଆଜି ଆନ୍ତର୍ଜାତିକ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ଶରତଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବରେ ଉଦଘାଟନ କରି ସ୍ବେଚ୍ଛାସେବୀ ମାନଙ୍କୁ ଆଜିର ଦିବସ ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ , ଜଳର ଵ୍ୟଵହାର ଓ ସଡ଼କ ଓ ଜଙ୍ଗଲ ସୁରକ୍ଷା ଉପରେ ବିଶେଦ୍ ଆଲୋଚନା କରିବା ସହିତ ରେଡ଼ ରିବନ ଦେଖାଇ ଶୋଭାଯାତ୍ରା ପରିକ୍ରମାକୁ ଶୁଭାରମ୍ଭ କରିଥିଲେ , ଚଣ୍ଡିଖୋଲ ସ୍ଥିତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରୁ ଶୋଭାଯାତ୍ରାରେ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ସମେତ ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନର ସଭାପତି ଅବିନାଶ ଜେନା , ଉପସଭାପତି ପ୍ରକାଶ କୁମାର ନାୟକ ,ସହ ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ମଦନ ମୋହନ ପରମାଣିକ , ଉପଦେଷ୍ଟା ପ୍ରମୋଦ କୁମାର ଦାସ , କାଦମ୍ବିନୀ ମିଶ୍ର ,ସରୋଜିନୀ ପଣ୍ଡା , ମଧୁସ୍ମିତା ଜେନା ସମେତ ସ୍ବେଚ୍ଛାସେବୀ ସରିତା ସ୍ବାଇଁ , ଗୀତାଞ୍ଜଳୀ ମିଶ୍ର , ସ୍ନେହଲତା ବାରିକ , ତୁଳସୀ ଭଞ୍ଜ , ଆଶୁତୋଷ ଦେବୀ ପ୍ରସାଦ ରାଉତ ,ସୁଶାନ୍ତ କୁମାର ଜେନା , ଅଜିତ କିଶୋର ନାୟକ , ଅନିଲ କୁମାର ପାତ୍ର ,ଛତିଆ ଶାଖା ସଭାପତି ବିପିନ ବିହାରୀ ବିଶ୍ୱାଳ , ଶାଳପଡା ଶାଖା ସଭାପତି ସୁକାନ୍ତ କୁମାର ମହାରଣା ,ସାମାଜିକ କର୍ମୀ ବେଣୁଧର ପ୍ରଧାନ , କମଳାକାନ୍ତ ସ୍ବାଇଁ , ସନ୍ତୋଷ କୁମାର ସାହୁ ଶିବ ନାୟକ , ଧର୍ମେନ୍ଦ୍ର ରାଏ ଆଶୁତୋଷ ମିଶ୍ର , ବିପିନ କୁମାର ବେହେରା ପ୍ରମୁଖ ବିରାଟ ଶୋଭାଯାତ୍ରାରେ ଏଡ଼ସ୍ ସଚେତନତା ବିଭିନ୍ନ ନାରା ଦେଇ ସ୍ଥାନୀୟ ଜନସାଧାରଣ ଏବଂ ଚଣ୍ଡିଖୋଲ ଏକ ଗାଡ଼ି ବ୍ୟବସାୟର ପ୍ରମୁଖ ସ୍ଥଳ ହୋଇଥିବାରୁ ବିଭିନ୍ନ ରାଜ୍ୟରୁ ଆସୁଥିବା ଡ୍ରାଇଭର ଭାଇ ମାନଙ୍କୁ ସଚେତନତା ନାରା ପ୍ଲାକାଡ଼ , ବ୍ୟାନର , ମାଧ୍ୟମରେ ସ୍ଲୋଗାନ ପ୍ରଦାନ ବଜାର ପରିକ୍ରମା କରିଥିଲେ । ଶେଷରେ ସହଯୋଗ କରିଥିବା ପୋଲିସ ପ୍ରଶାସନ , ସ୍ଥାନୀୟ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ବନ୍ଧୁ ମାନଙ୍କୁ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *