ରାଜ୍ୟ ସରକାର ବିରୁଦ୍ଧରେ ବିଜେପିର ରଣ ହୁଙ୍କାର : ବଡ଼ଚଣା ବିଜେପି ପକ୍ଷରୁ ବ୍ଲକ ଘେରାଉ !
ବଡ଼ଚଣା :
ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ରଣ ହୁଙ୍କାର ଦେଇଛି ବଡ଼ଚଣା ବିଜେପି !ବଡ଼ଚଣା ମାଝୀଗୌରୀ ପିଠ ଠାରୁ ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ଓ ପୁରୁଷ ! ଦୀର୍ଘ 23 ବର୍ଷ ରୁ ଉର୍ଦ୍ଧ ସମୟ ଧରି ରାଜ୍ୟ ଶାସନ ଭାର ଗ୍ରହଣ କରିଥିବା ବିଜେଡି ସରକାରଙ୍କ ଦୁର୍ନୀତି ଚରମ ସୀମାରେ ପହଂଚିଲାଣି l ଲୋଭାନ୍ନିତ ବିଭିନ୍ନ ଯୋଜନା ପ୍ରଣୟନ କରି କେବଳ ଶସ୍ତା ଲୋକପ୍ରିୟତା ହାସଲ କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର କୌଣସି ସୁଫଳ ସାଧନା ଲୋକଙ୍କ ପାଖରେ ପହଞ୍ଚୁନଥିବା ଅଭିଯୋଗ ଆଣିଛି ବିଜେପି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଠିକ ଭାବରେ ପଞ୍ଚାୟତ ସମିତି ମାଧ୍ୟମରେ ବଣ୍ଟନ କରାଯିବାର ଵିଧି ବ୍ୟବସ୍ଥା ଥିବାବେଳେ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କ ଚୟନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଦଳୀୟ ଭିତରେ ଦିଆଯାଉଥିବା ପ୍ରତିବାଦରେ ଆଜି ବଡ଼ଚଣା ବିଜେପି ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲା l ବଡ଼ଚଣା ବ୍ଲକରେ କିଛି ସରକାରୀ ଅଧିକାରୀ ଓ ଶାସକ ଦଳର ବଡ ପଣ୍ଡା ମାନେ ଚଞ୍ଚକତା କରି ବ୍ୟାପକ ହରିଲୁଟ କରୁଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ପଂଚାୟତର ପ୍ରତିନଧି ମାନଙ୍କର କ୍ଷମତା କୁ ବିଭିନ୍ନ ବାଟରେ ଅଙ୍କୁଶ ଦେଇ ପ୍ରଶାସନିକ ଅଧିକାରୀ ଶାସକ କୁଜିନେତା ମାନେ ବିଭିନ ଯୋଜନା କୁ ବାଟବଣା କରୁଛନ୍ତି ବୋଲି ରାଜ୍ୟବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ,ରାଜ୍ୟବିଜେପି ସମ୍ପାଦକ ତଥା ବଡ଼ଚଣା ବିଜେପିନେତା ଅମର ନାୟକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଓ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ସମ୍ପାଦକ ପ୍ରମୋଦ ଜେନା,ମଣ୍ଡଳ ସଭାପତି ପ୍ରଦୀପ ସାମଲ,ସୀତାନାଥ ବଳ ସାମନ୍ତ,ସରପଂଚ ଜଗର୍ନାଥ ଖଣ୍ଡାଇ,ବିଶ୍ୱ ବିଜୟୀ ବ୍ରହ୍ମ, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଓ ପ୍ରଶାସନ ବିରୁଦ୍ଧରେ ସ୍ୱରକୁ ଶାଣିତ କରିଥିଲେ । ବ୍ଲକ ପ୍ରଶାସନ ଏବେଠାରୁ ସଜାଗ ନହେଲେ ଅଗାମିଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।୫ ହଜାରରୁ ଉର୍ଦ୍ଦ୍ୱ ଦଳୀୟ କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଲୋଗାନ ଦେଇ ଆସୁଥିବା ସମୟରେ ଯୁବ କର୍ମି ପ୍ରୀତମ ନାୟକ,ହରିଶଙ୍କର ପଣ୍ଡା,ପଲାସ ନାୟକ,ବାବୁନି ପାତ୍ର ପ୍ରମୂଖ ସଂଚାଳନ କରିଥିଲେ। ଶାନ୍ତି ଶୃଖଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ।