ବ୍ରାହ୍ମଣଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧର ପୁର ପଞ୍ଚାୟତ ର ବ୍ରାହ୍ମଣଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସାହୁଙ୍କୁ ଗତ କାଲି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି !ଏହି ଉତ୍ସବରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ବରାଳଙ୍କ ସଭା
ପତିତ୍ୱରେ,ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି,ମୁଖ୍ୟବକ୍ତା ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ବ୍ଲକ ସଭାପତି ଯୁଗଳ କିଶୋର ଦାସ,ସହକାରୀ ଶିକ୍ଷା ମଣ୍ଡଳ ଅଧିକାରୀ ମମିତା ମହାନ୍ତି,ସଂମ୍ମାନୀତ ଅତିଥିଭାବେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା, ବିଦ୍ୟାଳୟ ପରିଚାଳକ କମିଟିର ସଭାପତି, ରବୀନ୍ଦ୍ର ବରାଳ,ଅଧ୍ୟାପକ ବିଜୟ କୁମାର ଦାସ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ସାମନ୍ତରାୟ,ଶିକ୍ଷକ ସଂଘର ନେତା ଆର୍ତ୍ତତ୍ରାଣ ସେଠୀ,କୈଳାସ ଚନ୍ଦ୍ର ସାହୁ,ଅକ୍ଷୟ କୁମାର ଦାସ ଓ ଅଭୟ କୁମାର ସାହୁ ପ୍ରମୁଖ ଯୋଗଦେଇ,ଅବସର ପ୍ରାପ୍ତ ଶିକ୍ଷକ ପଦ୍ମନାଭ ସାହୁଙ୍କ କାର୍ଯ୍ୟ ଦକ୍ଷତା,ଶିକ୍ଷାଦାନ ଓ ସମାୟାନୁ ବର୍ତ୍ତିତା ଉପରେ ଆଲୋକପାତ କରିଥିଲେ !ସହକାରୀ ଶିକ୍ଷକ କାଶୀନାଥ ଜେନା ଅତିଥି ପରିଚୟ ଦେଇଥିବା ବେଳେ,ଶିକ୍ଷକ ବିଚିତ୍ର କୁମାର ରାଉତ ସଭା ପରିଚାଳନା କରିଥିଲେ !ଏହି ସଭାରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ସହ ଗ୍ରାମ ବାସୀ ଉପସ୍ଥିତ ଥିବା ବେଳେ,ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଚାକିରୀରୁ ଅବସର ନେବାପରେ ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଘନେଇ ଆସିଥିଲା !ପ୍ରଧାନ ଶିକ୍ଷକଙ୍କ ବଦଳିରେ ବିଦ୍ୟାଳୟ ପୁରାତନ ଛାତ୍ର,ଶିକ୍ଷକ,ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ତରଫରୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା !ସମସ୍ତଙ୍କ ପାଇଁ ଭୋଜି ଭାତର ଆୟୋଜନ ହୋଇଥିବା ବେଳେ,ବିଦାୟ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାଜା ବାଣ ରୋଷଣୀ କରି ତାଙ୍କ ବାସଭବନ କ୍ଷେତ୍ରପାଳରେ ପହଞ୍ଚାଇ ଥିଲେ !