ରାଜ୍ୟ

ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯିବ ।

ସ୍ମୃତି କମିଟି ର ଗୁରୁତ୍ବପୂର୍ଣ୍ଣ ବୈଠକ
ବରଗଡ଼ :
ଭଗବାନ ସାହୁ ସ୍ମୃତି କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଏ.ଇ.ଏମ୍ ଇଙ୍ଗଲିସ୍ ମିଡିୟମ ସ୍କୁଲ ଠାରେ ଡ଼. ତପସ୍ଵିନୀ ଗୁରୁ ଙ୍କ ସଭାପତିତ୍ବରେ ସଂପାଦକ ସନ୍ତୋଷ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଅଛି। କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ରେ ହୋଇଥିବା ଆୟ ଏବଂ ବ୍ୟୟରେ ବିବରଣୀ ପ୍ରଦାନ କରିବା ସହ ସମସ୍ତଙ୍କ ଆନ୍ତରିକ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ସର୍ବଶ୍ରୀ ଦଧିବାବନ ଶତପଥି ଯୁଗଳ ପ୍ରସାଦ ସିଂ,ଡ଼.ରବିନାରାୟଣ ସାହୁ, ବିମଳ କୃଷ୍ଣ ମିଶ୍ର,କବି ମନୋଜ ବାଗ, ପଞ୍ଚାନନ ବାରିକ,କବିୟତ୍ରୀ ନୁରାବତି ସାହୁ,କବିୟତ୍ରୀ ସଂଗୀତା ଦୀପ, ଅଚ୍ୟୁତାନନ୍ଦ ବାରିକ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥଙ୍କ ବଦାନ୍ୟତା ପାଇଁ ଏବଂ ଚଳିତବର୍ଷ ବିଭିନ୍ନ ଜିଲ୍ଲାରେ ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିବା ଏବଂ କେତେକ ଜିଲ୍ଲାରେ ପାଳନ ହେଉଥିବାରୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପରିବାର ର ସମସ୍ତ ଉଦ୍ୟୋକ୍ତା ବନ୍ଧୁ ମାନଙ୍କୁ ସାଧୁବାଦ୍ ଦିଆ ଯାଇଥିଲା ଏବଂ ଆଗାମୀ ଦିନରେ ଗୁରୁ ଭଗବାନ ସାହୁ ଙ୍କ ସ୍ମୃତି ରକ୍ଷା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ମୃତି କମିଟି ର ବରିଷ୍ଠ ସଦସ୍ୟ ଉଦ୍ଧବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *