ରାଜ୍ୟ

ନୁଆପଡ଼ାଗସ୍ତରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ

ନୁଆପଡ଼ା :ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟ ମାନବିଧାର କମିଶନ ଅଧ୍ଯକ୍ଷ ଶତୃଘନ ପୂଝାରୀ ଆସିଛନ୍ତି। ଆଜି ସକାଳେ ବରଗଡ଼ ଜିଲ୍ଲାରୁ ନୂଆପଡ଼ା ଜିଲ୍ଲାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏଠି ହସ୍ପିଟାର ସମସ୍ତ ବିଭାଗ ବୁଲି ଦେଖୁବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭେଟି ସ୍ବାସ୍ଥ୍ୟସେବା ଉପରେ  ପଚାରି ବୁଝିଥିଲେ। ମଧ୍ୟାହ୍ନରେ  ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମାନବାଧୂକାର କମିଶନର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଅବଗତ କରିଥିଲେ। ଗରିବ, ଅସହାୟ କିପରି ନିଜ ହକ ଓ ଅଧିକାର ପାଇବେ ସେଥିପ୍ରତି ଗୁରୁତ୍ବ ଦେଇଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ସମ୍ପାଦ ପୁରୁଷୋତ୍ତମ ସୋନୀ, ସିଭିଲ ବାର ଆସୋସିଏସନ ସଭାପତି ଘାସିରାମ  ମାଝି, ଓକିଲ ଦେବଦତ୍ତ ଦୀକ୍ଷିତ, ଏନଜିଓ ସଂସ୍ଥାରୁ କଦମ ଏନଜିଓ ସମ୍ପାଦିକା ଯଜ୍ଞସେନୀ ମହାପାତ୍ର, ସଭ୍ୟ ପ୍ରତିଭା ହୋତା, ମାନବାଧୂକାର କର୍ମୀ ବେଦେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ଅଧ୍ୟକ୍ଷ ଶ୍ରୀ ପୂଝାରୀ ସର୍କିଟ ହାଉସରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ହେମକାନ୍ତ ସୟ, ଏସପି ଜିଆର ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ପରିଷଦ ସିଡିଓ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ସୁବାଷଚନ୍ଦ୍ର ରଏତ, ସିଡିଏମଓ ଡାକ୍ତର ସୁଧୀର ରଞ୍ଜନ ନାୟକ, ଡିପିଏମ ଦିଲୀପ ଦୁବେ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏଠାରେ ଜିଲ୍ଲା ର ବିଭିନ୍ନ ମାନବାଧୂକାର ଅଭିଯୋଗ ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସୀମାନ୍ତ ଜିଲ୍ଲାରେ ଦାଦନ ସମସ୍ୟା ଉପରେ ମାନବାଧୁକାର କମିଶନ ନିକଟରେ ବହୁ ଅଭିଯୋଗ ରହିଛି। ଜିଲ୍ଲା ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ଭରସା ଉଠିବା କଥା ନୁହଁ, ଅଧୁକାରୀମାନେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କଲେ ଗରିବ ଅସହାୟ ଲୋକେ ନିଜ ଅଧୁକାର ପାଇବେ। ବିଶେଷ କରି ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ ନିଜ ଅଧିକାର ପାଇବାର ଆବଶ୍ୟକତା ରହିଛି। ଏଠି କେହି ଜଣେ ବି ସାଧାରଣ ଜନତା ନିଜ ହକରୁ ବଞ୍ଚିତ ହେବା କଥା ନୁହଁ ବୋଲି ଅଧିକାରୀଙ୍କୁ ତାଗିତ କରିଥିଲେ। ସନ୍ଧ୍ୟାରେ ଅଧ୍ୟକ୍ଷ ଶ୍ରୀ ପୂଝାରୀ ବରଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି।

Leave a Reply

Your email address will not be published. Required fields are marked *