ରାଜ୍ୟ

ଟ୍ରକକୁ ପଛପଟୁ ଧକ୍କାଦେଲା ବସ ୫ ଗୁରୁତ୍ତର

ବଡ଼ଚଣା ୪/୧୨(ଆ ନି ସ) ବଡ଼ଚଣା ଥାନା ଅଧୀନସ୍ଥ ୧୬ ନ ଜାତୀୟ ରାଜପଥର ବଡ଼ଚଣା ସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗହମ ବୋଝେଇ ଟ୍ରକ କୁ ଦ୍ରୁତଗାମୀ ଯାତ୍ରୀବାହୀ ବସ ପଛପଟୁ ଧକ୍କା ଦେବା ଫଳରେ ୫ଜଣ ର୍ଯାତ୍ରୀ ଗୁରୁତ୍ତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ନାୟକ ଟ୍ରଭେଲସ ନାମକ ଦ୍ରୁତଗାମୀ ବସ ବଡ଼ଚଣା ପେଟ୍ରୋଲପମ୍ପ ନିକଟରେ ଛିଡା ହୋଇଥିବା ଏକ ଗହମ ବୋଝେଇ ଟ୍ରକ ର ପଛପଟୁ ଧକ୍କା ଦେବାରୁ ବସର ସମ୍ମୁଖ ଭାଗରେ ବସିଥିବା ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ ।ଖବର ପାଇ ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତ୍ତର ଥିବା ୫ ଜଣ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଗୁରୁତ୍ତର ମାନେ ହେଲେ ଭଦ୍ରକ ଜିଲ୍ଲା ମୋଟୁ ଅଞ୍ଚଳର ହରିହର ସାହୁ (୭୪) ଅସୁରାଳି ଗ୍ରାମର ପ୍ରଶାନ୍ତ ସାହୁ (୩୫) ସମରପୁର ଗ୍ରାମର ତପନ ଜେନା (୩୬) ଚାନ୍ଦବାଲି ଅଞ୍ଚଳର ରମେଶ ଦାଶ୍ (୩୫) ଓ ନୂଆପଡା ଖରିଆର ଅଞ୍ଚଳର ଦୀକ୍ଷା ମହାନ୍ତି (୪) ବୋଲି ଜଣା ପଡ଼ିଛି । ଅନ୍ୟ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଦୁର୍ଘଟଣା ସ୍ଥଳରେ ଚଣ୍ଡିଖୋଲ ପରିବହନ ଅଧିକାରୀ ଓ ବଡ଼ଚଣା ଥାନା ଅଧିକାରୀ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଚଣ୍ଡିଖୋଲ ରୁ ସର୍ବେଶ୍ଵର ବାରିକଙ୍କ ରିପୋର୍ଟ ପର୍ଯ୍ୟବେକ୍ଷକ ଓଡ଼ିଶା 

Leave a Reply

Your email address will not be published. Required fields are marked *