ଗନ୍ଧମାର୍ଦ୍ଦନ ପାହାଡରେ ବନପାଳ ତାଲିମାର୍ଥି,
ବୁଲିଲେ ପାହାଡ, ଚିହ୍ନିଲେ ଗଛ
ଖପ୍ରାଖୋଲ ୫/୧୨(ପିଏନ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ହରିଶଙ୍କର ବାନାଞ୍ଚଳ ଗନ୍ଧମାର୍ଦ୍ଦନ ପାହାଡ଼ରେ ଭୁବନେଶ୍ୱର ବନପାଳ ତାଲିମ କେନ୍ଦ୍ର ରୁ ୩୬ ଜଣ ତାଳିମାର୍ଥି ମଙ୍ଗଳବାର ପହଞ୍ଚି ଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼ ବୁଳିଦେଖିବା ସହ, ପାହାଡ ପାଦଦେଶରେ ୮ କିମି ଚାଲିଥିଲେ। ଏହି ଅବସରରେ ପାହାଡ ଜଙ୍ଗଲ ରେ ଥିବା ବିଭିନ୍ନ ଗଛ, ଗୁଲ୍ମ ଲତା ଚିହ୍ନି ଥିଲେ। ସେହିପରି ଚାରା ଉତ୍ପାଦନ କେନ୍ଦ୍ର, ହରିଣ ପାର୍କ, ପଥପ୍ରାନ୍ତ ବୃକ୍ଷ ରୋପଣ ବୁଲିବା ସହ ତାର ରକ୍ଷଣା ବେକ୍ଷଣ ଉପରେ ଅଭିଜ୍ଞ ଅଧିକାରୀ, ସ୍ଥାନୀୟ ଜନ ସାଧାରଣ ଙ୍କୁ ପଚାରି ବୁଝିଥିଲେ। ଏହି ଅବସରେ ହରିଶଙ୍କର ବନାଞ୍ଚଲ ଅଧିକାରୀ ଅରବିନ୍ଦ ନାଏକ, ଉପ ବନାଞ୍ଚଳ ଅଧିକାରୀ ସୁନିଲ କୁମାର ମିଶ୍ର, ବନପାଳ ରଞ୍ଜିତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।