ରାଜ୍ୟ

ଉତ୍କଳର ଦୁଇବରପୁତ୍ର ସହିଦ ଜୟୀ ରାଜଗୁରୁ ଓ ପଦ୍ମଭୂଷଣ ରାଧାନାଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

କଟକ : ତା.6.12- ଉତ୍କଳର ଦୁଇବରପୁତ୍ର ପ୍ରଥମ ସହିଦ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ପୁଣ୍ୟତିଥି ଓ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ଓ ଦୈନିକ ସମାଜର ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜନ୍ମଜୟନ୍ତୀ ମର୍କତନଗରସ୍ଥିତ ଜୟପ୍ରକାଶ ନାରାୟଣ ପାର୍କ ମୁଖ୍ୟଫାଟକ ସମୁଖରେ ପାଳିତ ହୋଇଯାଇଛି ! ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି ସୁରକ୍ଷା ସଂସ୍ଥା ଉତ୍କଳ ସନ୍ତାନ ଓ ଓଡିଶା ନବନିର୍ମାଣ ବିକାଶମଞ୍ଚ ପକ୍ଷରୁ ମିଳିତ ଭାବେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ତଥା ଆଇନଜୀବି ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ସଭାପତିତ୍ବ କରିଥିଲେ ! ପ୍ରାରମ୍ଭରେ ବିକାଶମଞ୍ଚର ସଂଗଠନ ସମ୍ପାଦକ ବିଶ୍ୱପ୍ରକାଶ ଦାଶ ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ! ମୁଖ୍ୟଅତିଥି ପ୍ରଫେସର ସବିତାବାଳା ଆଚାର୍ଯ୍ୟ ଦୁଇବରପୁତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ – ଉତ୍କଳ ଜନନୀ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମଦେଇ ନିଜକୁ ଧନ୍ୟା କରିଛି ! ମୁଖ୍ୟବକ୍ତା ଆଇନଜୀବି ଏସ. ପିନାକୀନ କହିଲେ-ପ୍ରଥମ ସହିଦ ରାଜଗୁରୁ ଜୀବନର ଶେଷ ପର୍ଯ୍ୟନ୍ତ ସାଲିସ କରିନଥିବା ବେଳେ ରାଧାନାଥ ବାବୁ ଗୋପବନ୍ଧୁଙ୍କ ଆଦର୍ଶକୁ ଜୀବନର ଶେଷ ପର୍ଯ୍ୟନ୍ତ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି ! ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରସନ୍ନ କୁମାର ମହାପାତ୍ର, ଅଶୋକ କୁମାର ସେନାପତି, ଆଡ଼ଭୋକେଟ ମହେନ୍ଦ୍ର କୁମାର ମହାପାତ୍ର, ରୋଟାରିଆନ ବିକ୍ରମ ଦାଶ, ସମାଜସେବୀ କିଶୋର ବେହେରା, ପ୍ରତାପ କୁମାର ନାୟକ, ପଣ୍ଡିତ ନିରାକାର ପଣ୍ଡା, ଅନିଲ ଦାସ, ଶ୍ରମିକନେତା ବାବାଜୀ ବେହେରା, ଆଡ଼ଭୋକେଟ ବିଶ୍ୱଜିତା ଜେନା, ପ୍ରାପ୍ତିକର ମହାପାତ୍ର, ମହାଶ୍ଵେତା ଦେବରାୟ ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ଷଡ଼ଙ୍ଗୀ ପ୍ରମୁଖ ବରପୁତ୍ରଦ୍ବୟଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ! ଶେଷରେ କେନ୍ଦ୍ର ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ !

Leave a Reply

Your email address will not be published. Required fields are marked *