ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ।
ବ୍ରହ୍ମପୁର,୦୬/୧୧;
ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ବୁଧବାର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୬ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ଯବ୍ରତ ଭୋଇ ଯୋଗଦେଇ ଆୟୋଜିତ ପ୍ଯାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତି ରହିଥିଲା। ଶ୍ରୀ ଭୋଇ ନିଜ ଅଭିଭାଷଣରେ ,ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛାବାର୍ତା ପାଠ କରିଥିଲେ । ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସମ୍ବେର ୬ ତାରିଖରେ ଏହି ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା। ଦୀର୍ଘ ଛଅ ଦଶନ୍ଧି ଗୃହରକ୍ଷୀ ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହ ଟ୍ରାଫିକ୍ କଣ୍ଟ୍ରୋଲ ଓ ବହୁ ଅପରାଧ happy ନିୟନ୍ତ୍ରଣ କ୍ଷେତ୍ରରେ ଭଳି ପ୍ରତିକୂଳ ପରିସ୍ଥିତିରେ ଗୃହରକ୍ଷୀ ନିଃସ୍ୱାର୍ଥପର ଭାବେ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଆସୁଥିବା ନେଇ କହିଥିଲେ ବ୍ରହ୍ମପୁର ଏସପି।