ବ୍ଲକସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଉଦଯାପିତ
ନୂଆପଡ଼ା :-ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ବ୍ଳକସ୍ତରୀୟ ସୂନେତ୍ର କାର୍ଯ୍ୟକ୍ରମଉଦ୍ଯାପିତ ହୋଇ ଯାଇଛି । ସୁନେତ୍ର ନୂଆପଡ଼ା ଓ ସମସ୍ତ ସର୍ବ ଶିକ୍ଷା ନୂଆପଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧୁକାରୀ ଅନିତା ପଣ୍ଡାଙ୍କ ତତ୍ୱାବଧାନରେ ବ୍ଲକ ଅଧୁନସ୍ଥ ବାଳିକା ଉଚ୍ଚ ବିଦ୍ୟାଲୟ ବୃଦ୍ଧିକୋମନା,ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଧରମପୁର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠୋଙ୍ଗୋ,ଉଚ୍ଚ ବିଦ୍ୟାଳୟ ଛତା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଚକ୍ଷୁ ପରୀକ୍ଷା ଶିବିରରେ ଚକ୍ଷୁ ପରୀକ୍ଷକ ଭାବରେ ମଲୟମହାନ୍ତି,ସୁମିତ କୁମାର ପ୍ରଧାନ,କୈଳାଶ ଚନ୍ଦ୍ର ଶବର,ସିଧାର୍ଥ ମେହେର ଓ ପରେଶ କୁମାର ବାଗ ଯୋଗ ଦେଇ ୧୦୩୪ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ୨୫୦ ଜଣ ପାଇଁ ଚଷମା ଓ ୩୦ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅସ୍ତ୍ରୋପ୍ରଚାର ପାଇଁ ପଠା ଯାଇଛି । ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ଅତିରିକ୍ତ ଶିକ୍ଷା ଅଧିକାରୀ କୋମନା , ବିଆରଟି ସମେସ ତ୍ରିପାଠୀ, ଓମପ୍ରଣବ ନାୟକ, ବ୍ଲକର ସମସ୍ତ ସିଆରସିସି ଓ ଆଇଆଇ ସ୍ୱେଚ୍ଛାସେବି ସହଯୋଗ କରିଥିଲେ ।