ରୁକ୍ମିଣୀ ସ୍ବପ୍ନକୁ ସାକାର କରିବାକୁ ବିପଦର ବନ୍ଧୁ ଓଡିଶା ର ପ୍ରୟାସ
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗାଁ ର ଝିଅ ରୁକ୍ମଣୀ ହେର୍ଣ୍ଣା ଖଡିଆଳ ଡିଗ୍ରୀ ମହିଳା ମହାଦିଦ୍ୟାଲୟରେ ଯୁକ୍ତ ତିନି କଳା ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ । ପରିବାରର ଆର୍ଥିକ ପରିସ୍ଥିତି ଶୋଚନୀୟ ଥିବାରୁ ଚଳିତ ବର୍ଷ ରୁକ୍ମଣୀ ପୁନଃ ନାମ ଲେଖାଇ ପାରି ନଥିଲେ । ପାଠ ପଢିବାର ଇଛା ଥିଲେ ମଧ୍ୟ ଆର୍ଥିକ ଅନାଟନ ପାଇଁ ପାଠ ପଢିବା ଆଶା ମଉଳି ଯାଇଥିଲା । ମହାବିଦ୍ୟାଲୟର ଅଧ୍ୟକ୍ଷ ଏହି ବିଷୟ ସବୁ ଜାଣିଲା ପରେ ବିପଦର ବନ୍ଧୁ ର ସଦସ୍ୟକୁ ଏ ବିଷୟରେ ଅବଗତ କରାଇ ଥିଲେ । ରକ୍ତ ଅଭାବରୁ କାହାର ଜୀବନ ନ ଯାଉ, ଅର୍ଥ ଅଭାବରୁ ଶିକ୍ଷାରୁ ବଂଚିତ ନ ହେଉ, ସହଯୋଗ ଅଭାବରୁ କେହି ମୌଳିକ ସୁବିଧାରୁ ବଂଚିତ ନ ହେଉ ଆଦି ସମାଜ ଉପେଯାଗୀ ଭାବରେ ବିଭୂଷିତ ଏକ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ର ସଦସ୍ୟ ମାନେ ଏ ସମ୍ବନ୍ଧରେ ଜାଣିଲା ପରେ ସଂଗଠନର ସ୍ୱତନ୍ତ୍ର ଶାଖା ମୁଁ ବି ସ୍କୁଲ ଯିବି ପରିଚାଳନାରେ ନାମ ଲେଖା ଅର୍ଥ ରାଶି ସଂଗ୍ରହ କରି ରୁକ୍ମଣୀଙ୍କୁ ପ୍ରଦାନ କରିଥିଲେ । ମଉଳି ଯାଇଥିବା ଆଶାଟିଏ ଆମ ସହଯୋଗରେ ନବ ଜୀବନ ପାଇଲା ପରେ ରୁକ୍ମଣୀ ମୁହଁରେ ଯେଉଁ ଖୁସିର ଲହରି ଖେଳି ଯାଇଥିଲା ପ୍ରକାଶ ଥାଉ କି ଅନୁଷ୍ଠାନ ର ଏହି ଶାଖା ମୁଁ ବି ସ୍କୁଲ ଯିବି ଦ୍ବାରା ବିଭିନ୍ନ ଉପାନ୍ତ ଅଂଚଳରେ ମାଗଣା ଟିଉସନ ସେବା ସହ ପ୍ରତ୍ୟକ୍ଷ ଭାବେ ଅନେକ ଛାତ୍ରୀଛାତ୍ରଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ଦିଆ ଯାଉଅଛି ।