ମିଗଜୋମ ଜନିତ ଲଗାଣ ବର୍ଷାରେ ଚାଷୀର ଫସଲ ନଷ୍ଟ
ଶେରଗଡ଼ (ପିଏନ ): ପ୍ରଥମେ ବର୍ଷା ଅଭାବ ରୁ ମରୁଡି ସୃଷ୍ଟି ହୋଈଥିବା ବେଳେ ପରେ ଚକଡା ପୋକ,ଶେଷରେ ମିଗଜୋମ ଜନିତ ବର୍ଷା ରେ ଚାଷୀ ସର୍ବସ୍ବାନ୍ତ ହୋଈପଡିଛି। ଗୋଟିଏ ପରେ ଗୋଟିଏ ସମସ୍ୟା ଚାଷୀ ଙ୍କ ମୁଣ୍ଡରେ ଚଡକ ପଡୁଛି। ମିଗଜୋମ ପ୍ରଭାବ ରେ ଲଗାଣ ବର୍ଷା ଦୁଇ ଦିନ ଧରି ଲାଗି ରହିଛି। ଶେରଗଡ ବ୍ଲକ ର ଚାଷୀ ଏବେ ଘୋର ଚିନ୍ତା ରେ। ବ୍ଲକର ଶହ ଶହ ହେକ୍ଟର ଜମିର ପାଚିଲା ଧାନ ଗଛ ଗୁଡିକ କଟା ହୋଇ ପାଣିରେ ବୁଡି ରହିଛି। ଜମିରେ କଟା ହୋଇ ପଡିରହିଥିବା ଧାନ ଗଛ ଗୁଡିକ ପାଣିରେ ବୁଡି ରହିବା ଫଳରେ ଗଜା ହେବାକୁ ଲାଗିଲାଣି। ବ୍ଲକର ଶେରଗଡ ସମେତ ବିଭିନ୍ନ ପଞ୍ଚାୟତ ରେ ଅଧିକାଂଶ ଖାଲୁଆ ଅଞ୍ଚଳରେ ଥିବା ଜମି ଜଳମଗ୍ନ ହୋଇ ରହିଛି। ମିଗଜୋମ ଜନିତ ଲଗାଣ ବର୍ଷା ରେ ଚାଷୀ ର ଫସଲ ନଷ୍ଟ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଈପଡିଛି। ଏହିଭଳି ପରିସ୍ଥିତି ରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅଛି ଯେ, ଆହୁରି ୨୪ ଘଣ୍ଟା ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ରେ ଚାଷୀ ଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଚାଷୀ କରିଥିବା ବ୍ୟାଙ୍କ ର ଋଣ ଶୁଝି ପାରିବେ କି ନାହିଁ ତାହା ସନ୍ଦେହ ଘେରରେ। ପ୍ରକୃତ ଚାଷୀ ଚିହ୍ନଟ ହେଇପାରିବେ ନା ନକଲି ଚାଷୀ ଫାଇଦା ନେବେ,ଅଧିକାରୀ କ୍ଷତି ଗ୍ରସ୍ତ ଜମି ଏବଂ ଚାଷୀ ଙ୍କୁ ଚିହ୍ନଟ କରିବେ ନା କାର୍ଯ୍ୟାଳୟ ରେ ବସି ରିପୋର୍ଟ ପ୍ରଦାନ କରିବେ l ଏଣୁ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ ଚାଷୀ ର କ୍ଷତି ହୋଈଥିବା ଧାନ କ୍ଷେତ ଚିହ୍ନଟ କରି ଚାଷୀ ଙ୍କୁ ସହାୟତା ପ୍ରଦାନ କରିବାକୁ ବ୍ଲକର ଚାଷୀ ମାନେ ଦାବି କରିଛନ୍ତି।