ରାଜ୍ୟ

ସୂର୍ଯ୍ୟର ନୂଆ ରୂପ ଦେଖାଇଲା ଇସ୍ରୋର ଆଦିତ୍ୟ-ଏଲ୍-୧

ବାଙ୍ଗାଲୋର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଦିତ୍ୟ-ଏଲ୍-୧ ମହାକାଶଯାନରେ ଥିବା ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସଆଇଟି) ନିକଟରେ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଛି।  ଇସ୍ରୋ ପକ୍ଷରୁ ଏସବୁ ଫଟୋ ଜାରି କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ଉଲ୍ଲେଖନୀୟ ସଫଳତା ସୌର ପର୍ଯ୍ୟବେକ୍ଷଣ ଏବଂ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କୁହାଯାଉଛି।୨୦୦ରୁ ୪୦୦ ନାନୋମିଟର ପର୍ଯ୍ୟନ୍ତ ତରଙ୍ଗଦୈର୍ଘ୍ୟକୁ କଭର କରୁଥିବା ଏହି ଫଟୋଗୁଡ଼ିକ ସୂର୍ଯ୍ୟର ଫଟୋସ୍ଫିୟର (ପ୍ରକାଶମଣ୍ଡଳ) ଏବଂ କ୍ରୋମୋସ୍ଫିୟର ବିଷୟରେ ଅଭୂତପୂର୍ବ ସୂଚନା ପ୍ରଦାନ କରିଥାଏ । ସୂର୍ଯ୍ୟର ଦୃଶ୍ୟମାନ ‘ପୃଷ୍ଠ’କୁ ଫଟୋସ୍ଫିୟର କୁହାଯାଏ ଏବଂ ଏହାର ଠିକ୍ ଉପରକୁ ଥିବା ସ୍ୱଚ୍ଛ ସ୍ତରକୁ କ୍ରୋମୋସ୍ଫିୟର କୁହାଯାଏ ।

Leave a Reply

Your email address will not be published. Required fields are marked *