ଜିଲ୍ଲା ସ୍ତରୀୟ ଫୁଟଫଲ ଗଡବାଣିକିଲୋ କପ୍ ୨୦୨୩ ଉଦଯାପିତ।
ଇଟାମାଟିକୁ ହରାଇ ବାଙ୍କୀ ବିଜୟୀ
୧୧/୦୨ ରଣପୁର ନୟାଗଡ଼।
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗଡବାଣିକିଲୋ ଦେବୀ ରାମଚଣ୍ଡୀ କ୍ଳବ୍ ଆନୁକୁଲ୍ୟରେ ପାଞ୍ଚ ତାରିଖ ରବିବାର ଠାରୁ ଆରମ୍ଭ ହୋଇଥିବା41,ତମ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ “ଗଡବାଣିକିଲୋ କପ୍ ” ୨୦୨୩ “ଫାଇନାଲ ମ୍ୟାଚ ର ଉଦଯାପନୀ ଉତ୍ସବ ବଡ ଧୁମ ଧାମ ରେ ଆୟୋଜନ ହୋଇଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରଣପୁର ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଳକ ଚେୟାରମେନ ଲୋକନାଥ ସାହୁ, ସାହିତ୍ୟିକ ସତ୍ୟବାଦୀ ବଳିୟାସିଂ ଏବଂ ଅନ୍ୟ ଅତିଥି ମାନେ ଯୋଗଦେଇ ଥିଲେ ଏହି ଖେଳ କୁ M,sBeg ଏବଂ ସହଯୋଗୀ ପରିଚାଳିତ ଭାବେ ବାଇଧର ବାହୁବଳେନ୍ଦ୍ର ,ଲକ୍ଷୀଧର ଚୌଧୁରି ପରିଚାଳନା କରିଥିଲେ।ଏହି ଫାଇନାଲ ମ୍ୟାଚ ଟି ଯଦୁମଣି ସ୍ପୋଟିଙ୍ଗ କ୍ଳବ ଇଟାମାଟି ସହିତ ଆଥେଲେଟିକ କ୍ଳବ ବାଙ୍କୀ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।ଏହି ମ୍ୟାଚ ରେ ଟ୍ରାଇବେକର ମାଧ୍ୟମରେ ବାଙ୍କୀ ବିଜୟ ଲାଭକରି ଥିଲା। ବିଜୟୀ ଦଳକୁ ଆଠ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଦଳକୁ ପାଞ୍ଚହଜାର ଟଙ୍କା ପ୍ରଦାନ କରାଯାଇଥିଲା।
କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା
ଏବର୍ଷ ରାମଚଣ୍ଡୀ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଫୁଟବଲ ମ୍ୟାଚ ବଡ଼ ଧୁମ ଧାମ ରେ ଆୟୋଜନ କରାଯାଇଛି।
ଏହି ଫୁଟବଲ ମହାକୁମ୍ଭରେ ବିଭିନ୍ନ ଜିଲ୍ଲାର ଆଠ ଗୋଟି ଦଳ ଦୀର୍ଘ ସାତଦିନବ୍ୟାପି ନିଜନିଜର ଖେଳ ପ୍ରଦର୍ଶନ କରିବା ସହିତ ଆସିଥିବା ଖେଳପ୍ରେମି ମାନଙ୍କୁ ନିଜ ନିଜ ଖେଳ ମାଧ୍ୟମରେ ମନୋରଞ୍ଜନ ର ଭରପୁର ଖୋରାକ ଯୋଗାଇଥିଲେ।ଏହି କାର୍ଯ୍ୟକ୍ରମ କୁ ଦେବୀ ରାମ ଚଣ୍ଡୀ କ୍ଳବ ଗଡବାଣିକିଲୋ ର ସମସ୍ତ ସଦସ୍ୟ ମାନେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ।