ରାଜ୍ୟ

ଭାରତ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀ ମହେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସବାର ଅବସର ପ୍ରାପ୍ତ ଅଧିକାରୀ ମହେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ନୂଆଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଷ୍ଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଏକମାତ୍ର ପୁତ୍ର ସତ୍ୟବାନ ସିଦ୍ଧାର୍ଥ, ବାହୂ ସଂଯୁକ୍ତା, ନାତି ସାର୍ଥକ, ସହଧର୍ମୀଣୀ ମଞ୍ଜୁଲତା, ବଡ଼ଝିଅ ସୌମ୍ୟା ସଂଘମିତ୍ରା, ସାନଝିଅ ସ୍ମିତା ସୁଚରିତା ଉପସ୍ଥିତ ଥିଲେ । ସ୍ୱର୍ଗତ ପଣ୍ଡା ଭଦ୍ରକ ଜିଲ୍ଲାର ଭଗବାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇଛଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସ୍ୱର୍ଗତ ପଣ୍ଡା ପ୍ରଥମେ ଚୂଡ଼ାକୁଟି ଇନ୍ଦ୍ରଗୋବିନ୍ଦ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ । ପରେ ଭାରତ ସରକାରଙ୍କ ସିଭିଲ ସର୍ଭିସ (ଆଲାଏଡ଼ ସର୍ଭିସ)ଦିଲ୍ଲୀ କ୍ୟାଡ଼ରରେ ଯୋଗଦାନ କରି ପରବର୍ତ୍ତୀ ସମୟରେ ଓଡ଼ିଶା-ଆସାମ ପ୍ରଭୃତି ସ୍ଥାନରେ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଶେଷରେ ଦିଲ୍ଲୀରୁ ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ପଣ୍ଡା ପାଞ୍ଚ ଭାଇଙ୍କ ମଧ୍ୟରେ ବଡ଼ ହୋଇଥିବା ବେଳେ ଛୋଟ ଭାଇ ପଦ୍ମନାଭ, ହେମେନ୍ଦ୍ର, ରବୀନ୍ଦ୍ର ଓ ସୌମେନ୍ଦ୍ରଙ୍କୁ ଉଚ୍ଚଶିକ୍ଷିତ କରାଇଥିଲେ । ଅଞ୍ଚଳରେ ସମ୍ଭ୍ରାନ୍ତ ଶିକ୍ଷିତ ପରିବାର ଭାବରେ ଖ୍ୟାତି ଥିଲା । ସ୍ୱର୍ଗତ ପଣ୍ଡା ଜଣେ ଶାନ୍ତ ସରଳ, ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ । ଭାଇ ମାନଙ୍କୁ ମଣିଷ କରିବା, ଗ୍ରାମର ଉନ୍ନତି, ଉଚ୍ଚ ବିଦ୍ୟାଳୟ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହଠାତ୍‌ ସ୍ୱର୍ଗତ ପଣ୍ଡାଙ୍କ ହୃଦଘାତଜନିତ ଦେହାନ୍ତ ଖବର ଦିଲ୍ଲୀ ତଥା ନିଜ ଅଞ୍ଚଳରେ ଶୋକର ଛାୟ ଖେଳାଇ ଦେଇଛି । ତାଙ୍କ ବିୟୋଗରେ ଅନେକ ଗଣମାନ୍ୟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *