ସଂସଦ ଅନୁପ୍ରବେଶ ମାମଲାରେ ୪ ନୁହେଁ ୬ ଜଣ ସଂପୃକ୍ତ ଥିବା ସଂଦେହ
ନୂଆଦିଲ୍ଲୀ: ବୁଧବାର ହୋଇଥିବା ସଂସଦ ଅନୁପ୍ରବେଶ ମାମଲା ସମଗ୍ର ଦେଶରେ ଚହଳ ପହାଇଦେଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ଆହୁରି କିଛି ବ୍ୟକ୍ତି ସଂପୃକ୍ତ ଅଛନ୍ତି । ସେମାନେ ଏବେ ଫେରାର ଅଛନ୍ତି ଓ ସେମାନଙ୍କୁ ଗିରଫ ପାଇଁ ସୁରକ୍ଷା ଏଜେନ୍ସିମାନେ ଖୋଜୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ସଂସଦର ସୁରକ୍ଷା ଉଲ୍ଲଂଘନରେ ମୋଟ ୬ ଜଣ ସମ୍ପୃକ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଲୋକସଭା ଭିତରେ ୨ ଜଣ ଓ ସଂସଦ ବାହାରେ ୨ ଜଣ ଧରାପଡ଼ିଥିଲେ। ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି । ସେମାନଙ୍କ ଖୋଜାଖୋଜି ଜାରି ରହିଛି। କୁହାଯାଉଛି ଯେ ସମସ୍ତ ଅଭିଯୁକ୍ତ ଗୁରୁଗ୍ରାମରେ ରହୁଥିଲେ। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ.. ଏହି ୪ ଜଣ ଭିନ୍ନ ଭିନ୍ନ ସହରର ହୋଇଥିବାରୁ ଦୁହେଁ ପରସ୍ପରକୁ କେମିତି ଜାଣିଲେ ? ଯଦି ଚାରି ଜଣ ପରସ୍ପରକୁ ଜାଣିଥିଲେ, ତେବେ ସେମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା? କେତେ ଦିନ ପୂର୍ବରୁ ସେ ସଂସଦରେ ପ୍ରବେଶ କରିବାକୁ ଯୋଜନା କରିଥିଲେ? ସେ କୌଣସି ସଂଗଠନ ସହ ଜଡ଼ିତ ଅଛନ୍ତି କି? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଜାଯାଉଛି ।