ମୁଖ୍ୟ ଖବର

ଆମାଜନ ଛାଡ଼ିବାର ଦୁଇବର୍ଷ ପରେ ଭାବୁକ ହେଲେ ପ୍ରତିଷ୍ଠାତା ଜେଫ ବେଜୋସ; ଦେଲେ ଏଭଳି ପ୍ରତିକ୍ରିୟା

ଦୁଇବର୍ଷ ପରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାବୁକ ହୋଇ କମ୍ପାନି ଛାଡ଼ିବାର ଘୋଷଣା କାହିଁକି କରିଥିଲେ ସେ ବିଷୟରେ ଆଲୋଚନା କରିଛନ୍ତି।

ଜେଫ ବେଜୋସ ଦୁଇବର୍ଷ ପୂର୍ବେ ଆମାଜନ ସିଇଓ ପଦରୁ ଇସ୍ତଫା  ଦେଇଥିଲେ। ଜେଫ କହିଛନ୍ତି, ‘ସ୍ପେସ ସେକ୍ଟରରେ କାମ କରୁଥିବା ଅର୍ଥାତ ଅନ୍ତରୀକ୍ଷ ପର୍ଯ୍ୟଟନ କମ୍ପାନି ବ୍ଲୁ ଓରିଜିନକୁ ଦ୍ରୁତଗତିରେ ଆଗକୁ ବଢ଼ାଇବା ସେ ସମୟରେ ଜରୁରୀ ହୋଇଯାଇଥିଲା। ଯଦି ମୁଁ ଆମାଜନ ଓ ବ୍ଲୁ ଓରିଜିନ ଦୁଇଟି ସମ୍ଭାଳି ଥାଆନ୍ତି ତେବେ କୌଣସି କମ୍ପାନିର ଅଗ୍ରଗତି ଠିକ ଭାବରେ ହୋଇ ପାରି ନଥାଆନ୍ତା। ତେଣୁ ମୋତେ ଆମାଜନ ଛାଡ଼ିବାର ନିଷ୍ପତ୍ତି ନେବାକୁ ପଡ଼ିଥିଲା। ଏହି ନିଷ୍ପତ୍ତି ନେବା ଏତେ ସହଜ ନଥିଲା, କିନ୍ତୁ କମ୍ପାନିର ଲାଭ ପାଇଁ ଅନେକ ବୁଝିବିଚାରି ମୋତେ ଆମାଜନ ଛାଡ଼ିବାକୁ ପଡ଼ିଥିଲା।

ମୁଁ ଅନ୍ତରୀକ୍ଷ କ୍ଷେତ୍ରରେ ରୁଚି ରଖିଥାଏ। ତେଣୁ ଅବସର ନେବା ପରେ ବି ବ୍ଲୁ ଓରିଜିନକୁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛି। ଆମେ ଆମ ଲକ୍ଷ୍ୟ ପଥରେ ଆଗେଇ ଚାଲିଛୁ।’

Leave a Reply

Your email address will not be published. Required fields are marked *