ସର୍ବନିମ୍ନ ଜମା ନରଖିଲେ ବି ଅଚଳ ହେବନି ଏହି ବ୍ୟାଙ୍କର ଖାତା
ନୂଆଦିଲ୍ଲୀ: ଯେତେବେଳେ ବି କେହି ବ୍ୟାଙ୍କରେ ସଂଚୟ ଖାତା ଖୋଲନ୍ତି ସେଥିରେ ସର୍ବନିମ୍ନ ଜମା (ମିନିମମ ବାଲାନ୍ସ) ରଖିବାକୁ କୁହାଯାଏ । ତାହା ୧ ହଜାରରୁ ୧୦ ହଜାର ଟଙ୍କା ହୋଇଥାଏ । ଏପରିକି କେତେକ ବ୍ୟାଙ୍କର ଏହି ସୀମା ମଧ୍ୟ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ ଏବେ ବ୍ୟାଙ୍କ ଅଫ୍ ବରୋଦା ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଏହା ହେଉଛି ବିଓବି ବିଆରଓ ସଞ୍ଚୟ ଆକାଉଣ୍ଟ । ଏହି ଆକାଉଣ୍ଟରେ କୌଣସି ମିନିମମ୍ ବାଲାନ୍ସ ନ ରଖିଲେ ମଧ୍ୟ ଆପଣଙ୍କୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ । ଏହା ଏକ ଜିରୋ ବାଲାନ୍ସ ଆକାଉଣ୍ଟ ହେବ ଏବଂ ଏହା ସହିତ ବ୍ୟାଙ୍କ ଲାଇଫଟାଇମ୍ ଡେବିଟ୍ କାର୍ଡ ସହିତ ଆହୁରି ଅନେକ ସୁବିଧା ପ୍ରଦାନ କରୁଛି । ତେବେ ଏହି ବ୍ୟାଙ୍କ ଆକାଉଣ୍ଟ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଏବଂ ଏହି ଆକାଉଣ୍ଟକୁ ୧୬ରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଖୋଲିପାରିବେ ।ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ରବୀନ୍ଦ୍ର ସିଂହ ନେଗି ଏହି ସମୟରେ କହିଛନ୍ତି ଯେ ବ୍ୟାଙ୍କ ପକ୍ଷରୁ ବିଶେଷ କରି ଯୁବବର୍ଗଙ୍କ ପାଇଁ ଏହି ପ୍ରଡକ୍ଟ ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ସେମାନେ ବ୍ୟାଙ୍କିଙ୍ଗ ଦୁନିଆ ସହିତ ପରିଚିତ ହେବା ସହ ସେମାନଙ୍କର ବିଶେଷ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯାଏ । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କିଛି ସୁବିଧା ମଧ୍ୟ ପ୍ରଦାନ କରାଯିବ ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ