ପରିଚୟ ଲୁଚାଇ ଯୌନ ସଂପର୍କ ରଖିବା ଅପରାଧ ହେବ, ନୂଆ ଆଇନରେ ବ୍ୟବସ୍ଥା
ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ବେସାମରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ ବିଲ୍ ଗୃହୀତ ହୋଇଛି । ଏହି ୩ଟି ଆଇନ ବର୍ତ୍ତମାନ ପ୍ରଚଳିତ ବ୍ରିଟିଶ ଅମଳର ଆଇନ ବଦଳରେ ଲାଗୁ ହେବ ।
ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ ଉପରେ ଆଲୋଚନା କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ ପରିଚୟ ଲୁଚାଇ ମିଥ୍ୟା ପ୍ରତିଶ୍ରୁତି କିମ୍ବା ଯୌନ ସମ୍ପର୍କ ଏବେ ଅପରାଧ ଶ୍ରେଣୀରେ ଆସିବ। ଏଭଳି ଲୋକଙ୍କୁ କଠୋର ଦଣ୍ଡ ମିଳିବ। ଏହାବ୍ୟତୀତ ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଏବଂ ନାବାଳିକାଦୁଷ୍କର୍ମ, ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡ ରେ ଦଣ୍ଡିତ ହେବେ।
ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ଦେଶଦ୍ରୋହ ଭଳି ବ୍ରିଟିଶଙ୍କ କଳା ଆଇନକୁ ଉଚ୍ଛେଦ କରାଯାଇଛି। ଏହାର ସ୍ଥାନରେ ଦେଶଦ୍ରୋହ ଆଇନ ଲାଗୁ କରାଯାଇଛି। ଦେଶ ବିରୋଧରେ କହିବା ଅପରାଧ ହେବ। ସଶସ୍ତ୍ର ବିଦ୍ରୋହ ପାଇଁ ଜେଲ୍ ରହିବ। ନୂଆ ଆଇନ ଅନୁଯାୟୀ ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହେବ। ଏଥିସହିତ ଯଦି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇଯାଆନ୍ତି, ତା’ହେଲେ ତାଙ୍କ ଦଣ୍ଡ ହ୍ରାସ ପାଇବ।