ରାଜ୍ୟ

ରାମ ମନ୍ଦିର ଉଦଘାଟନ ପାଇଁ ହୋଟେଲ ଓ ଧର୍ମଶାଳାରେ ହୋଇଥିବା ପ୍ରି-ବୁକିଂ ବାତିଲ୍ କଲେ ୟୁପି ସରକାର

LatestLeadingଦେଶ- ବିଦେଶଲକ୍ଷ୍ନୌ: ରାମ ମନ୍ଦିର ଉଦଘାଟନ ପାଇଁ ହୋଟେଲ ଓ ଧର୍ମଶାଳାର ପ୍ରି-ବୁକିଂ ବାତିଲ୍ କଲେ ୟୁପି ସରକାର। ଜାନୁଆରି ୨୨ରେ ୟୁପିର ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ଉଦଘାଟନ ହେବ। ଏଥିପାଇଁ ଦେଶର ବିଭିନ୍ନ କୋଣରୁ ଲୋକେ ଅଯୋଧ୍ୟା ଯିବା ପ‌ାଇଁ ହୋଟେଲ ଓ ଧର୍ମଶାଳାରେ ଆଗୁଆ ରୁମ୍ ବୁକ୍ କରିଥିଲେ। ହେଲେ ଆଜି ରାଜ୍ୟ ସରକାର ଏକ ଜରୁରୀ ବୈଠକ କରିବା ପରେ ଜାନୁଆରି ୨୨ପାଇଁ ହୋଇଥିବା ସମସ୍ତ ବୁକିଂକୁ ବାତିଲ କରିବାକୁ କହିଛନ୍ତି।ଭିଭିଆଇପିଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ସରକାର ନେଇଥିବା ଜଣାଯାଇଛି। ଜାନୁଆରି ୨୨ରେ, କେବଳ ସେହି ଲୋକମାନେ ଅଯୋଧ୍ୟାରେ ରହିପାରିବେ, ଯେଉଁମାନଙ୍କ ପାଖରେ ଡ୍ୟୁଟି ପାସ୍ କିମ୍ବା ଶ୍ରୀରାମ ତିର୍ଥ ଟ୍ରଷ୍ଟର ନିମନ୍ତ୍ରଣ ପତ୍ର ଥିବ।

ଏହା ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଥିଲେ ଯେ, ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରି ୨୨ରେ ମଧ୍ୟାହ୍ନ ୧୨ଟାରେ ହେବ। ଏଥିପାଇଁ ଗର୍ଭଗୃହ ଓ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଛି । ତେବେ ପୂରା ମନ୍ଦିର ନିର୍ମାଣ ପାଇଁ ଆହୁରି ୨ ବର୍ଷ ଲାଗିବ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁମାନେ ଜାନୁଆରି ୨୨ରେ ଅଯୋଧ୍ୟା ଆସିବା ବଦଳରେ ନିଜ ନିଜ ଅଞ୍ଚଳର ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ରେ ସାମିଲ ହେବାକୁ ସେ କହିଥିଲେ।

ସୂଚନାଯୋଗ୍ୟ, ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ବୈଦିକ ଅନୁଷ୍ଠାନ ପର୍ବ ୧ ସପ୍ତାହ ପୂର୍ବରୁ ଅର୍ଥାତ ୧୬ ଜାନୁଆରିରେ ଆରମ୍ଭ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରିରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ।

Leave a Reply

Your email address will not be published. Required fields are marked *