ରାଜ୍ୟ

ଓଡ଼ିଶାରୁ ୩୫୧ କୋଟି ଜବତ ମାମଲାରେ କଣ କହିଲା ଆୟକର ବିଭାଗ ?

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ୩୫୧ କୋଟି ନଗଦ ଟଙ୍କା ସଂପର୍କରେ ପ୍ରଥମ ଥର ପାଇଁ ବୟାନ ଜାରି କରିଛି ଆୟକର ବିଭାଗ ।

୩୨୯ କୋଟି ଟଙ୍କାର ନଗଦ ଅର୍ଥର ଏକ ବଡ଼ ଅଂଶ ବଲାଙ୍ଗୀର ଜିଲ୍ଲାର ସୁଦାପଡ଼ା ଓ ଟିଟିଲାଗଡ଼ ଏବଂ ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର ସମେତ ଓଡ଼ିଶାର କେତେକ ଛୋଟ ଛୋଟ ସହରର ପୁରୁଣା କୋଠାଗୁଡ଼ିକର ଲୁକ୍କାୟିତ କୋଠରୀରେ ଗଚ୍ଛିତ ରହିଥିଲା।

ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୦ଟି ଜିଲ୍ଲାର ୩୦ରୁ ଅଧିକ କ୍ୟାମ୍ପସରେ ଆଇଟି ଅପରେସନ୍ ହୋଇଥିଲା। ଏହି ଗ୍ରୁପର ବ୍ୟବସାୟ ରାଞ୍ଚିର ଏକ ପରିବାର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୦ଟି ଜିଲ୍ଲାର ୩୦ରୁ ଅଧିକ ପରିସରରେ ଆୟକର ବିଭାଗର ଅପରେସନ୍ ହୋଇଥିଲା। ସର୍ଚ୍ଚ ଅପରେସନ ସମୟରେ କାଗଜପତ୍ର ଓ ଡିଜିଟାଲ ଡାଟା ଆକାରରେ ବହୁ ସଂଖ୍ୟକ ଆପତ୍ତିଜନକ ପ୍ରମାଣ ମିଳିଥିଲା ଏବଂ ଜବତ କରାଯାଇଥିଲା। ଜବତ ପ୍ରମାଣର ପ୍ରାଥମିକ ବିଶ୍ଳେଷଣରୁ ଦେଶୀ ମଦର ବେହିସାବ ବିକ୍ରିର ରେକର୍ଡ, ଅଘୋଷିତ ନଗଦ ଟଙ୍କାର ବିବରଣୀ ମିଳିଛି ।

Leave a Reply

Your email address will not be published. Required fields are marked *