ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍ଙ୍କ ପରଲୋକରେ ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ୍ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏମ୍ଏମ୍ ରାଜେନ୍ଦ୍ରନ୍ଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ।