ଇଶ୍ଵରୀୟ ପରିବାରର ବାର୍ଷିକ ଉତ୍ସବ ;
ସଦଚିନ୍ତନ ଇଶ୍ଵର ଭକ୍ତି ହିଁ ମକ୍ଷ ପ୍ରାପ୍ତିର ମାଧ୍ୟମ
ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୁରୁଣାପାଣି ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ପରିବାର , ଖୁଣ୍ଟା ଶାଖା ପକ୍ଷରୁ ୮ ମ ବାର୍ଷିକ ଉତ୍ସବ ଓ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ଏହି ଅବସରରେ ମାନବ ଜାତିର କଲ୍ୟାଣ ଓ ଅଦ୍ୱିତୀୟ ସେବାରେ ନିଜ ନିଜକୁ ଉତ୍ସର୍ଗ କରିବା ଉଦ୍ଦେଶ୍ୟକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଶାନ୍ତି ଶୋଭାଯାତ୍ରା ରେ ବାହାରି ଖୁଣ୍ଟା ବଜାର ପରିକ୍ରମା କରି ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା । ଇତି ଅବସରରେ ଆଶ୍ରମ ପରିସରରେ ଇଶ୍ଵରୀୟ ପରିବାର ଦମୟନ୍ତୀ ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ରୁପେ ଡା. ଅଜୟ କୁମାର ରଥ , ସମ୍ମାନୀତ ଅତିଥି ରୁପେ ସାନଖୁଣ୍ଟା ସରପଞ୍ଚ ସୁମି ହାଁସଦା , ରାଜସ୍ଥାନ ମାଉଣ୍ଟ ଆବୁର ହିମା°ଶୁ ଭାଇ , ଖୁଣ୍ଟା ଶାଖାର ମୁଖ୍ୟ ମିନୁ ଭଉଣୀ ପ୍ରମୁଖ ଯୋଗ ଦେଇ ମାନବ ସମାଜର କଲ୍ୟାଣ ଏବଂ ଭବିଷ୍ୟତ ଜୀବନକୁ ଉଜ୍ଜଳ କରିବାକୁ ସତ କର୍ମ ସହ ଇଶ୍ଵରୀୟ ଚେତନା ରେ କିଛି ସମୟ ଅତିବାହିତ କରିବା ପାଇଁ ଆହ୍ବାନ ଦେଇଥିଲେ ! ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ କୁ ଖୁଣ୍ଟା ଇଶ୍ଵରୀୟ ପରିବାରର ମାୟାଧର ଭାଇ , କୃଷ୍ଣ ଭାଇ , କମଳା ଭାଇ , ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।