ରାଜ୍ୟ

ଇଣ୍ଡିଆନ ମିଡିଆ କଂଗ୍ରେସର ଦ୍ୱିତୀୟ ଦିନ;ସାମ୍ବାଦିକଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ ସରକାର

ନୂଆଦିଲ୍ଲୀ: ବର୍ଷତମାମ ବିଭିନ୍ନ ପରିସ୍ଥିତିରେ ସମାଜ ପାଇଁ ଉତ୍ସର୍ଗୀକୃତ ଭାବନା ରଖି କାମ କରୁଥିବା ସାମ୍ବାଦିକଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନେ ବିଶେଷ ଧ୍ୟାନ ଦେବାକୁ ଇଣ୍ଡିଆନ ମିଡିଆ କଂଗ୍ରେସର ଦ୍ୱିତୀୟ ଦିନରେ ମତପ୍ରକାଶ ପାଇଛି । ସ୍ଥାନୀୟ ପ୍ରେସକ୍ଲବ ଅଫ ଇଣ୍ଡିଆ ଠାରେ ଆୟୋଜିତ ‘ଗଣତନ୍ତ୍ର ଏବଂ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ରରେ ଓଡ଼ିଆ ଦୈନିକ ଖବରକାଗଜ ‘ପର୍ଯ୍ୟବେକ୍ଷକ’ର ସଂପାଦକ ଡ଼ ପବିତ୍ର ମୋହନ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେପି ନେତା ସୂରଜଭାନ ସିଂ କଟାରିଆ, ସମ୍ମାନୀତ ଅତିଥି ଭାବେ ଦିଲ୍ଳୀ ବିଶ୍ୱବିଦ୍ୟାଳୟର ପ୍ରଫେସର ମୀନା ଶର୍ମା, ଭାରତୀୟ ନମୋ ସଂଘର ରାଷ୍ଟ୍ରିୟ ସଭାପତି ମନୋଜ ସିଂ ତୋମର, ଭାରତୀୟ ମାନ୍ୟତାପ୍ରାପ୍ତ ସାମ୍ବାଦିକ ସଂଘର ସଭାପତି ବିଜୟ ଶଙ୍କର ଉପାଧ୍ୟାୟ, ରାଷ୍ଟ୍ର ଟାଇମସର ସଂପାଦକ ବିଜୟ ଚୁର୍ତୁବେଦୀ ପ୍ରମୁଖ ନିଜ ବକ୍ତବ୍ୟରେ ଦେଶରେ ସାମ୍ବାଦିକଙ୍କୁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସମସ୍ତ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ଏବଂ ପରିଚୟପତ୍ର, ମାଗଣା ସ୍ୱାସ୍ଥ୍ୟ ସୁବିଧା, ପେନସନ ସୁବିଧା, ଅସମୟରେ ମୃତ୍ୟୁ ପାଇଁ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା, ଦେଶରେ ସାମ୍ବାଦିକଙ୍କ ଗଣନା ସହ ସେମାନଙ୍କ ବିକାଶ ପାଇଁ ସରକାରୀ ଯୋଜନା ଲାଗୁ କରିବାକୁ ଜୋର ଦେଇଥିଲେ । ଦ୍ୱିତୀୟ ଦିବସରେ ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନ୍ୟୁଜ ୭ର ପ୍ରତିନିଧି ନିରୋଦ ରଞ୍ଜନ ପଟ୍ଟନାୟକ, ଦୈନିକ ଭାସ୍କର ପ୍ରତିନିଧି ପି କେ ଚୌରସିଆ, ଲକ୍ଷ୍ମୀ ସନ୍ଦେଶ ପ୍ରତିନିଧି ଅଜୟ ଶୁଳ୍କା, ଖୋଜ ଖବର ପ୍ରତିନିଧି ଗୀତା ବର୍ମାଙ୍କ ସମେତ ୧୦ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଞ୍ଜୟ ଦାସ, ଉପସଭାପତି ରଜନୀକାନ୍ତ ସାମନ୍ତରାୟ, ସାଧାରଣ ସଂପାଦକ ହୃଷିକେଶ ମହାନ୍ତିଙ୍କ ସମେତ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *