ରାଜ୍ୟ

ମୃତ ପାଲେଷ୍ଟିନୀୟଙ୍କ ଅଙ୍ଗ ଚୋରି କରୁଛି ଇସ୍ରାଏଲ ?

LatestLeadingଦେଶ- ବିଦେଶତେଲ ଅବିଭ: ଇସ୍ରାଏଲ ସେନା ପାଲେଷ୍ଟାଇନଙ୍କ ମୃତଦେହରୁ ଅଙ୍ଗ ଚୋରି କରିଥିବା ଅଭିଯୋଗ ହୋଇଛି। ମୃତଦେହକୁ ମେଡିକାଲ କଲେଜକୁ ପଠାଯାଇ -୪୦ ଡିଗ୍ରୀ ତାପମାତ୍ରାରେ ରଖାଯିବା ପରେ ଅଙ୍ଗ ଚୋରି କରାଯାଉଛି । ଏହି ମୃତଦେହଉପରେ ପରୀକ୍ଷଣ କରାଯାଉଛି ଏବଂ ଇସ୍ରାଏଲର ଡାକ୍ତରୀ ଛାତ୍ରମାନେ ଏହି ମୃତଦେହଉପରେ ସମସ୍ତ ପରୀକ୍ଷଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ୟୁରୋ-ମେଡିଟେରିଆନ୍ ହ୍ୟୁମାନ ରାଇଟ୍ସ ମନିଟରକୁ ଉଦ୍ଧୃତ କରି ଲେବାନନର ଅଲ୍-ମାୟାଦିନ ଟିଭିର ଏକ ରିପୋର୍ଟରେ ଏହି ସାଂଘାତିକ ଅଭିଯୋଗ କରାଯାଇଛି। ତେବେ ଏହି ରିପୋର୍ଟର ବିଶ୍ବସନୀୟତାକୁ ନେଇ ସଂଦେହ ସୃଷ୍ଟି ହୋଇଛି, କାରଣ ଅଲ-ମାୟାଦିନ ଏକ ହିଜବୁଲ୍ଲା ସମର୍ଥିତ ଟିଭି ଭାବେ ଜଣାଶୁଣା

ଅଲ୍-ମାୟାଦିନ ରିପୋର୍ଟରେ କୁହାଯାଇଛି ଯେ ଗାଜାରେ ନିହତ ପାଲେଷ୍ଟାଇନର ମୃତଦେହ ସୁରକ୍ଷିତ ନୁହେଁ। ଇସ୍ରାଏଲ ସୈନିକମାନେ ସେମାନଙ୍କୁ ଜବତ କରି ଡାକ୍ତରଖାନା ଓ ମେଡିକାଲ କଲେଜକୁ ପଠାଉଛନ୍ତି ଏବଂ ସେମାନଙ୍କ ଠାରୁ କିଡନୀ, ଲିଭର ଏବଂ ଅନ୍ୟାନ୍ୟ ଅଙ୍ଗ ବାହାର କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ଇସ୍ରାଏଲ ୨୦୨୧ରେ ମୃତଦେହ ଜବତ କରିବା ପାଇଁ ଏକ ଆଇନ କରିଥିଲା ଏବଂ ଏହି ମୃତଦେହଗୁଡିକ ଇସ୍ରାଏଲର ମେଡିକାଲ କଲେଜରେ ବ୍ୟବହୃତ ହୁଏ ।

ନିକଟରେ ଗାଜାରେ ହୋଇଥିବା ସଦ୍ୟତମ ଆକ୍ରମଣରେ ୨୪୧ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି ଯେ ହାମାସ ବିରୋଧରେ ଲଢ଼େଇ ଅନେକ ମାସ ପର୍ଯ୍ୟନ୍ତ ଜାରି ରହିବ।

By Sambad Digital 

Leave a Reply

Your email address will not be published. Required fields are marked *