ରାଜ୍ୟ

ଓଜେଏସ୍‌ ପରୀକ୍ଷା ଫଳ ପ୍ରକାଶିତ: ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଝଅ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟାଗ ଦ୍ବାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ ପଦର୍ଶନ କରିଛନ୍ତି।‌ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ୮ ଜଣ ଝିଅ ଅଛନ୍ତି। ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି।

ସେହିପରି ଓଜେଏସ୍‌ ପରୀକ୍ଷାରେ ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର ଓ ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ ଥିବା ବ‌େଳେ ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ତାଲିକାର ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ଅଛନ୍ତି। କୃତକାର୍ଯ୍ୟ ମୋଟ୍  ୫୫ ଜଣଙ୍କ ମଧ୍ୟରେ ରହିଛନ୍ତି ୩୯ ଜଣ ଝିଅ ଥିବା ଜଣାପଡ଼ିଛି।

ADVERTISE

Leave a Reply

Your email address will not be published. Required fields are marked *