ମୁଖ୍ୟ ଖବର

ଷ୍ଟକ ବଜାରରେ ଉତ୍ସାହ, ରେକର୍ଡ ଉଚ୍ଚତାରେ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ: ୨୦୨୩ ବର୍ଷର ଶେଷ କାରବାର ସପ୍ତାହରେ ଭାରତୀୟ ଷ୍ଟକ ବଜାର କ୍ରମାଗତ ତୃତୀୟ ଦିନ ପାଇଁ ଚମତ୍କାର ବୃଦ୍ଧି ସହ ବନ୍ଦ ହୋଇଛି। ଦୃଢ଼ କ୍ରୟ ଯୋଗୁଁ ବିଏସ୍ଇ ସେନସେକ୍ସ ଗୁରୁବାର ୩୭୨ ପଏଣ୍ଟ ବୃଦ୍ଧି ପାଇ ୭୨,୪୧୦ ରେ ବନ୍ଦ ହୋଇଛି ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୨୪ ପଏଣ୍ଟ ବୃଦ୍ଧି ପାଇ ୨୧,୭୭୮ରେ ବନ୍ଦ ହୋଇଛି। ଏହା ଉଭୟ ସୂଚକାଙ୍କ ପାଇଁ ଏକ ନୂଆ ରେକ୍ଡ ଉଚ୍ଚତା ଅଟେ । ଏଫଏମସିଜି ଏବଂ ଏନର୍ଜି ସେୟାରରେ କ୍ରୟ ଯୋଗୁଁ ବଜାରରେ ଆଜିର ବୃଦ୍ଧି ଘଟିଛି ।

ସେୟାର ମାର୍କେଟରେ ଏହି ଚମତ୍କାର ବୃଦ୍ଧି ଯୋଗୁଁ ବଜାର ପୁଞ୍ଜିରେ ବୃଦ୍ଧି ଘଟିଛି । ବିଏସଇ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୩୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଅଧିବେଶନରେ ୩୬୧.୩୦ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ଆଜିର କାରବାରରେ ନିବେଶକଙ୍କ ସମ୍ପତ୍ତିରେ ୧.୭୦ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ଆଜିର କାରବାରରେ ସର୍ବାଧିକ ବୃଦ୍ଧି ନିଫଟି ଏଫଏମସିଜିରେ ଦେଖିବାକୁ ମିଳିଛି, ଯାହାକି ୭୫୪ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ବ୍ୟାଙ୍କିଙ୍ଗ୍, ଅଟୋ, ଫାର୍ମା, ଏନର୍ଜି ଆଦି ଷ୍ଟକରେ ବି ବୃଦ୍ଧି ଦେଖିବାକୁ ମିଳିଛି ।

ଆସନ୍ତା କାଲି ଅର୍ଥାତ ଶୁକ୍ରବାର ( ଡିସେମ୍ବର ୨୯) ହେଉଛି ୨୦୨୩ର ଶେଷ କାରବାର ଦିବସ । ଶେଷ ଦିନରେ ବି ବଜାରରେ ଉତ୍ସାହ ଜାରି ରହିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *