ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମିଳିଲା ଆଶ୍ବସ୍ତି, ଲଢ଼ିପାରିବେ ନିର୍ବାଚନ
ଲାହୋର: ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆଶ୍ବସ୍ତି ମିଳିଛି | ବାସ୍ତବରେ ପାକିସ୍ତାନର ନିର୍ବାଚନ ଆୟୋଗ ନୱାଜ ସରିଫଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି। ତେବେ ସୁପ୍ରିମକୋର୍ଟ ନୱାଜ ସରିଫଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲେ। ଆଉ ଏହାପରେ ପ୍ରଶ୍ନ ଉଠିଥିଲା ଯେ ନିର୍ବାଚନ ଆୟୋଗ କଣ ନିଷ୍ପତ୍ତି ନେବେ | ତେବେ ତାଜା ସୂଚନା ମୁତାବକ ନିର୍ବାଚନ ଆୟୋଗ ସରିଫଙ୍କ ନାମାଙ୍କନ ପତ୍ରକୁ ସ୍ୱୀକାର କରିନେଇଛନ୍ତି |
ଆଉ ଏହାପରେ ସରିଫ ନିର୍ବାଚନରେ ଲଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଯାଇଛି | ଉଲ୍ଲେଖ ଥାଉ କି ଯେ ୭୩ ବର୍ଷୀୟ ନୱାଜ ସରିଫ ପ୍ରାର୍ଥୀ ହେବା ପାଇଁ ନିର୍ବାଚନ ଆୟୋଗର କୌଣସି ଆପତ୍ତି ନାହିଁ। ମିଳିଥିବା ସୂଚନା ମୁତାବକ ନୱାଜ ସରିଫ ଦୁଇଟି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ସେ ଲାହୋର ଏବଂ ଖାଇବର ପାଖ୍ଟନଖୱାର ମାନସହରା ସହରରୁ ନିର୍ବାଚନ ଲଢ଼ିବେ |
ମାନସାହରାକୁ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ଗଡ଼ ଭାବରେ ବିବେଚନା କରାଯାଏ | ଉଲ୍ଲେଖ ଥାଉ କି ଗତ ଅକ୍ଟୋବର ମାସରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ୭୩ ବର୍ଷୀୟ ସରିଫ ୩ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ।