ରାଜ୍ୟ

ଅନୁଗୋଳରେ ଉନ୍ମୋଚନ ହେଲା ‘ଫିର୍ ଆଏଗା ମୋଦି’ ଗୀତ, ଭିଡ଼ିଓ ଏବଂ ନୂଆବର୍ଷ କ୍ୟାଲେଣ୍ଡର୍

• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଓ କାର୍ଯ୍ୟ ଗ୍ରହଣୀୟତା ଉପରେ ଆଧାରିତ ‘ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ’
• ଅନୁଗୋଳରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଦେଲେ ହିସାବ
• ମୋଦି ଗ୍ୟାରେଣ୍ଟିରେ ଓଡ଼ିଶାର ହେଉଛି ସର୍ବାଙ୍ଗୀନ ବିକାଶ
• ଏହି ବାର୍ତାରକକୁ ଅନୁଗୋଳର ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରଚାର ଗୀତ ଓ କ୍ୟାଲେଣ୍ଡର ବେଶ୍ ସହାୟକ ହେବ

ଅନୁଗୋଳ, ୨୮ ଡିସେମ୍ବର ୨୦୨୩ – ଅନୁଗୋଳ ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷରେ ଲୋକପ୍ରିୟତା ବୃଦ୍ଧି ପାଉଛି । ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ କାର୍ଯ୍ୟ ଗ୍ରହଣୀୟତା ହୋଇଛି । ଆଜି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶର କାର୍ଯ୍ୟ ଆଧାରରେ ଉନ୍ମୋଚିତ ହୋଇଥିବା ପ୍ରଚାର ଗୀତ, ଭିଡ଼ିଓ ଏବଂ ନୂଆବର୍ଷର କ୍ୟାଲେଣ୍ଡର୍ ଅନୁଗୋଳବାସୀଙ୍କ ମନ ଜିଣିବାରେ ସହାୟକ ହେବ ବୋଲି ଢେଙ୍କାନାଳର ପୂର୍ବତନ ସଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି ।

ଅନୁଗୋଳରେ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ‘ଫିର୍ ଆଏଗା ମୋଦି’ ଏବଂ ‘ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ’ ପ୍ରଚାର ଗୀତକୁ ଉନ୍ମୋଚନ କରିବା ସହ ଶ୍ରୀ ପାଣି କହିଛନ୍ତି ଯେ ଆଜି ଉନ୍ମୋଚିତ ଭିଡ଼ିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଲୋକଙ୍କ ମୌଳିକ ସୁବିଧା ଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣର ସଚିତ୍ର ବର୍ଣ୍ଣନା ହୋଇଛି । ମୋଦି ସରକାରରେ ଗରିବ, ଅସହାୟ, ଚାଷୀ, ମହିଳା, ଯୁବ, ବଞ୍ଚିତ ତଥା ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ସବୁ କଲ୍ୟାଣକାରୀ ଯୋଜନାର ଲାଭ ପାଇ ସ୍ୱାବଲମ୍ବୀ, ସଶକ୍ତ ଓ ଆତ୍ମନିର୍ଭର ହୋଇଛନ୍ତି । ସମସ୍ତଙ୍କ କଲ୍ୟାଣ ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି ।
ମୋଦି ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ମାଧ୍ୟମରେ ଅନୁଗୋଳରେ ମୋଟ ୭୨୯ କୋଟି ଟଙ୍କା ବ୍ୟୟରେ ୬୦,୭୩୪ ପରିବାରକୁ ଘର ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜିଲ୍ଲାରେ ପ୍ରାୟ ୯. ୬୦ ଲକ୍ଷ ଜଣଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି । ଜଳ ଜୀବନ ମିଶନରେ ୨ ଲକ୍ଷ ୭୧୬ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଦିଆଯାଇଛି। ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଅନୁଗୁଳରେ ୨ ଲକ୍ଷ ୪୯,୪୫୭ ପରିବାରର ଶୌଚାଳୟ ନିର୍ମାଣ କରାଯାଇ ସମ୍ପୂର୍ଣ୍ଣ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା: ଅନୁଗୁଳରେ ଆନୁମାନିକ ୨୫.୮୨ କୋଟି ଟଙ୍କା ବ୍ୟୟରେ ମୋଟ ୧,୬୧,୪୩୬ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଅନୁଗୋଳ ଜିଲ୍ଲାରେ ମୋଟ ୬.୨୨ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଖାତା ଖୋଲା ଯାଇଛି ।

ଓଡ଼ିଶାର ସ୍ୱାଭିମାନ ଆମ ସଂକଳ୍ପର ବାର୍ତ୍ତା ଦେଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୋଳରେ ପ୍ରାକୃତିକ ଗ୍ୟାସ ପାଇପଲାଇନ ଓ ସିଟି ଗ୍ୟାସ୍ ବିତରଣକୁ ବିକଶିତ କରାଯାଇଛି । ତାଳଚେର ସାର କାରଖାନାର ପୁନରୁଦ୍ଧାର ସହ ଏନଟିପିସି ପାୱାର ପ୍ଳାଣ୍ଟର ସମ୍ପ୍ରସାରଣ ହୋଇଛି । ତାଳଚେର ସରକାରୀ ମେଡିକାଲ କଲେଜ ପାଇଁ ଅର୍ଥରାଶି ସହ ଆନୁଷଙ୍ଗିକ ସୁବିଧା କରାଇବାରେ ଶ୍ରୀ ପ୍ରଧାନ ଦାୟିତ୍ୱ ନେଇଥିଲେ । ହିଙ୍ଗୁଳା ମନ୍ଦିରର ବିକାଶ ହେଉ କିମ୍ବା ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ହେଉ ସବୁ କ୍ଷେତ୍ରରେ ନେତା ଧର୍ମେନ୍ଦ୍ର ପ୍ରଧାନ ସହଯୋଗର ହାତ ବଢାଇଛନ୍ତି । ଏହି ସବୁ ବାର୍ତାଧାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ପ୍ରଚାର ଗୀତ, ଭିଡିଓ ଓ କ୍ୟାଲେଣ୍ଡର ବେଶ୍ ସହାୟକ ହେବ ବୋଲି ଶ୍ରୀ ପାଣି କହିଛନ୍ତି ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ, ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦୀ ସାମଲ, ଅଶୋକ ମହାନ୍ତି ଓ ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *