ମୁଖ୍ୟ ଖବର

ଅଲ୍‌କାଏଦା ସହ ସମ୍ପର୍କ ରଖିଥିବା ବେଙ୍ଗାଲୁରୁ ଇଂଜିନିୟର ଗିରଫ

ବେଙ୍ଗାଲୁରୁ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଶୁକ୍ରବାର ବେଙ୍ଗାଲୁରୁର ଏକ ଘରୋଇ ଫାର୍ମର ମାଲିକ ତଥା ସଫ୍ଟୱେର ଇଂଜିନିୟରକୁ ଗିରଫ କରାଯାଇଛି। ଅନୁରୂପ ଘଟଣାରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏନ୍‌ଆଇଏ ପକ୍ଷରୁ ଦୁଇଜଣ ଲୋକଙ୍କୁ ଅଟକ ରଖାଯାଇଛି। ଇଣ୍ଟରନାଲ ସିକ୍ୟୁରିଟି ଡିଭିଜନର କର୍ମଚାରୀ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ସହଯୋଗରେ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ତଥା ୩୦ ବର୍ଷରୁ କମ୍ ବୟସ୍କ ମହମ୍ମଦ ଆରିଫକୁ ଗିରଫ କରିଛନ୍ତି।ଅଲ୍‌କାଏଦା ସହ ସମ୍ପର୍କ ରଖିଥିବା ଆରିଫ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ସହ ସାମ୍ପ୍ରଦାୟିକ ଘୃଣା ବିଷୟରେ ଆଲୋଚନା କରୁଥିଲା। ଆରିଫକୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ସହ ଜେରା ପାଇଁ ପୁଲିସ ହାଜତକୁ ନିଆଯାଇଛି। ସେ ଜଣେ ସଫ୍ଟୱେର ଇଂଜିନିୟର ଏବଂ ଘରୁ କାମ କରୁଥିଲା। ପୁଲିସ ତା’ ପାଖରୁ ଦୁଇଟି ଲାପଟପ ଓ ମୋବାଇଲ ଫୋନ୍ ଜବତ କରିଛି। ସେ ବେଙ୍ଗାଲୁରୁ ସହରରେ ତା’ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ବାସ କରୁଥିଲା। ସେ ୭ ବର୍ଷ ତଳୁ ବେଙ୍ଗାଲୁରୁ ଆସି ବିଭିନ୍ନ କମ୍ପାନିରେ କାମ କରୁଥିଲା। ଦୁଇବର୍ଷ ହେଲା ସେ ଅଲ୍‌କାଏଦା ସହ ଘନିଷ୍ଠଭାବେ ଜଡ଼ିତ ହୋଇ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଅନ୍‌ଲାଇନ୍ ଆଲୋଚନାରେ ସକ୍ରିୟ ରହୁଥିଲା। ଆସନ୍ତା ମାର୍ଚ୍ଚ ମାସରେ ସେ ଇରାନ ଓ ଆଫଗାନିସ୍ତାନ ଯିବା ପାଇଁ ଯୋଜନା କରିଥିଲା।

Leave a Reply

Your email address will not be published. Required fields are marked *