ନିଆରା ଢଙ୍ଗରେ ପାଳିତ ହେଲା ଗୁରୁପୂଜନ ଉତ୍ସବ
ବାସୁଦେବପୁର : (୨୭/୧୨)
ହଜିଯାଉଛି ଗୁରୁ ଶିଷ୍ୟଙ୍କ ମଧ୍ଯରେ ନିବିଡ ସମ୍ପର୍କ । ଆଜିକାଲି ଶିକ୍ଷାଦାନ ବ୍ରତ ନୁହେଁ ବୃତ୍ତି ପାଲଟିଯାଇଛି । ଆଗପରି ରହୁନାହିଁ ଗୁରୁ ଶିଷ୍ୟଙ୍କ ମଧ୍ଯରେ ମଧୁର ସମ୍ପର୍କ । କଳୁଷିତ ହୋଇ ଯାଉଛି ପରିବେଶ । ବାସୁଦେବପୁର ବ୍ଲକର ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ଉତ୍ସବ ଓ ଶ୍ରୀଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ସମାରୋହ । ସମାଜର ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ କୁ ସ୍ବାଗତ କରି ଚାରିଆଡେ ସେଲିବ୍ରେସନ ଚାଲିଛି । ହେଲେ ବାରାପୁର ହାଇସ୍କୁଲର ୧୯୮୬ ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବାରାପୁର ଛକରୁ ଏକ ଶୋଭାଯାତ୍ରାରେ ଗୁରୁମାନଙ୍କୁ ପାଛୋଟି ନେଇ ଥିଲେ । ବାରାପୁର ହାଇସ୍କୁଲ ପରିସର ମଧ୍ଯରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିକୁ ପ୍ରାକ୍ତନ ଶିକ୍ଷକ ବସନ୍ତ ଚନ୍ଦ୍ର ଦାସ,ଅମୂଲ୍ଯ କୁମାର ବେହେରା,ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଉନ୍ମୋଚନ କରିଥିଲେ । ଆୟୋଜିତ ଗୁରୁ ପୂଜନ ଉତ୍ସବରେ ଜ୍ୟୋତିପ୍ରକାଶ ଲେଙ୍କା ସଭାପତିତ୍ବ କରିଥିଲେ । ବସନ୍ତ ଚନ୍ଦ୍ର ଦାସ,ଅମୂଲ୍ଯ କୁମାର ବେହେରା,ପୂର୍ଣ୍ଣଚନ୍ଦ୍ର ଦାଶ, ସିନ୍ଧୁ ପ୍ରସାଦ ମଲ୍ଲିକ ଓ ଶିକ୍ଷାକର୍ମଚାରୀ ସୀତାକାନ୍ତ ରାଉତ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବାରାପୁର ହାଇସ୍କୁଲର ୧୯୮୬ ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ଯରେ କ୍ଷୀରୋଦ କୁମାର ମହାନ୍ତି, ଶଶିକାନ୍ତ ରାଉତ, ଭାଗିରଥି ସାହୁ, ନିଳେନ୍ଦ୍ରୀ ମହାଳିକ, ମାନସୀରାଣୀ କର, ଧ୍ରୁବଚରଣ ବେହେରା, ପିତବାସ ସାହୁ,ଗୁଣାକର ପଣ୍ଡା, ସଂଯୁକ୍ତା ନାୟକ, ଅଶୋକ କୁମାର ସାହୁ , ଶୁଷମା ପରିଡା ଯୋଗଦେଇ ଥିଲେ ।