ରାଜ୍ୟ

ଦଳୀୟ ଆଧାର ରେ ପାଲ ବଣ୍ଟନ, କଂକିଳି ଗ୍ରାମବାସୀ ଙ୍କର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଚାଷୀଙ୍କ ପାଲ ଚାଷୀ ଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟନ,ତହସିଲ ସମ୍ମୁଖରେ ଧାରଣାରେ ପ୍ରକୃତ ହିତାଧିକାରୀ

ତାଳଚେର:ତା ୨୯/୧୨: ଅଦିନିଆ ବର୍ଷା ଦାଉରୁ ଗଜାଧାନ କୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ସରକାର ପାଲ ଦେବାର ବ୍ୟବସ୍ଥା କରିଛନ୍ତି।ତାଳଚେର ତହସିଲ ରେ ଏହି ପାଲ ବଣ୍ଟନ କୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ତାଳଚେର ବ୍ଲକ ର କଂକିଳି ସମେତ ଅନ୍ୟାନ୍ୟ ଗ୍ରାମବାସୀ ମାନେ ତହସିଲଦାର ଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।କଂକିଳି ଗ୍ରାମର ଧାରଣା ରତ ଗ୍ରାମବାସୀ ଙ୍କ ର ଅଭିଯୋଗ କିଛିଦିନ ପୂର୍ବରୁ ୧୦୦ରୁ ଉର୍ଦ୍ଧ୍ବ ପାଲ କୁ ବିଜେଡ଼ି ପଂଚାୟତ ସଭାପତି ନେଇ ଦଳୀୟ କର୍ମୀଙ୍କୁ ବଣ୍ଟନ କରି ସୋସିଆଲ ମିଡିଆ ରେ ପ୍ରକାଶ କରିଥିଲେ।କିନ୍ତୁ ଯେଉଁମାନେ ପ୍ରକୃତ ପାଲ ପାଇବା ପାଇଁ ଯୋଗ୍ୟ ଚାଷୀ ସେମାନଙ୍କୁ ପାଲ ଦିଆ ଯାଇ ନ ଥିଲା।ପ୍ରକୃତ ଚାଷୀ ମାନେ ପାଲ ପାଇଁ ତହସିଲଦାର ଙ୍କ ନିକଟରେ ଦୀର୍ଘ ଦିନ ହେବ ଦରଖାସ୍ତ କରିଥିଲେ ,ଅତିରିକ୍ତ ତହସିଲଦାର ତାହା ଆର ଆଇ ଙ୍କ ନିକଟକୁ ପଠାଇ ଥିଲେ।ଆର ଆର ପାଲ ଦେବା ପାଇଁ ସେମାନଙ୍କୁ ଦୁଇଦିନ ପର୍ଯ୍ୟନ୍ତ ବାରମ୍ବାର ଦୌଡାଇ ଥିଲେ।ଗତକାଲି ସକାଳୁ ସନ୍ଧ୍ୟା ଯାଏଁ ସେମାନେ ଆର ଆଇ ଙ୍କ କହିବା ଅନୁସାରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲ ପାଇଁ ଅପେକ୍ଷା କରି ରହିଥିଲେ।ଶେଷରେ ସନ୍ଧ୍ୟାରେ ପାଲ ଦେବାକୁ ଆର ଆଇ ଏବଂ ଅତିରିକ୍ତ ତହସିଲଦାର ମନା କରିଦେଇଥିଲେ।ଆଜି ଶୁକ୍ରବାର ସକାଳ ୧୦ ଟାରେ ଆର ଆଇ ଅଫିସ ରେ ୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଆସିଥିବା ବେଳେ ଅଫିସ ତାଲା ପଡିଥିଲା, ଦୀର୍ଘ ସମୟ ଅପେକ୍ଷା ପରେ ଅଫିସ ନ ଖୋଲିବାରୁ ତହସିଲଦାର ଙ୍କ କାର୍ଯ୍ୟାଳୟ କୁ ଯାଇ ତହସିଲଦାର ଙ୍କୁ ଭେଟି ଆପତ୍ତି ଅଭିଯୋଗ କରିଥିଲେ।ତହସିଲଦାର ଇଂକ୍ୱାରି କରି ଦେଖିବା କହିବା ପରେ ଗ୍ରାମବାସୀ ମାନେ କଂକିଳି ଗ୍ରାମର୧୦୦ ଜଣକୁ କେଉଁଆଧାର ରେ ଦେଲ, କେବେ ଇଂକ୍ୱାରି କରିଥିଲ ପଚାରି ଥିଲେ।କାହାକୁ ପାଲ ଦେଇଥିଲେ କିଏ ବାଣ୍ଟିଲା ବୋଲି ସେମାନେ ତହସିଲଦାର ଙ୍କୁ ପ୍ରଶ୍ନ କରିଥିଲେ।ଚାଷୀ ଙ୍କ ପାଲ ଚାଷୀ ଙ୍କୁ ନଦେଇ ବିଜେଡି କର୍ମୀଙ୍କୁ ବାଣ୍ଟିଛନ୍ତି,କାହାକୁ ଦେଇଛନ୍ତି ତାଲିକା ପ୍ରକାଶ କର ବୋଲି ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ କହିଥିଲେ।ପରେ ଗ୍ରାମବାସୀ ମାନେ ତହସିଲଦାର ଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସି ରହିଛନ୍ତି।କଂକିଳି ର ଲିପୁନ କାଞ୍ଜି, ସୁଧାକର ତୁଙ୍ଗ, ସୁନୀଲ ବେହେରା, ଅଲି ସାହୁ, ପଙ୍କଜିନି ସାହୁ,ବନ୍ତଲ ଗ୍ରାମର ଚାନ୍ଦୁ ସାହୁ, ସୁମୀ ସାହୁ, ସବିତା ସାହୁ, ମମତା ସାହୁ, ଗୁଞ୍ଜରୀ ସାହୁ ଙ୍କ ସମେତ ବହୁ ହିତାଧିକାରୀ ପାଲ ପାଇଁ ଧାରଣା ଦେଇଥିଲେ।ଦୀର୍ଘ ସମୟ ଧାରଣା ପରେ ଶେଷରେ ଆସନ୍ତା ସାତ ଦିନ ମଧ୍ୟରେ ପ୍ରକୃତ ହିତାଧିକାରୀ ଙ୍କୁ ପାଲ ଦିଆ ଯିବାର ବ୍ୟବସ୍ଥା କରାଯିବା ସହ ପୂର୍ବରୁ ଦିଆ ଯାଇଥିବା ପାଲ ର ଇଂକ୍ୱାରି କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *