ବିହାରରେ ଠେଲାଗାଡ଼ିରେ ବିକ୍ରି ହେଉଛି ମଦ, ଦେଖୁ ଦେଖୁ ଖାଲି ହୋଇଗଲା ଗାଡ଼ି
ସୀତାମଢି: ମଦ ନିଷିଦ୍ଧ ଥିବା ବିହାରର ସୀତାମଢି ଜିଲ୍ଲାରୁ ମଦ ବିକ୍ରିକୁ ନେଇ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପଟେ ରାଜ୍ୟରେ ସରକାର ମଦ ନିଷେଧ ଆଇନ ଲାଗୁ କରିଛନ୍ତି, କିନ୍ତୁ ସେପଟେ ଖୋଲାଖୋଲି ଠେଲାଗାଡ଼ିରେ ମଦ ବିକ୍ରି କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ନୂଆବର୍ଷ ଦିନ ଭାରତ-ନେପାଳ ସୀମାରେ ଥିବା ବୈରଗନିଆ ବ୍ଲକରେ ଖୋଲାଖୋଲି ଭାବେ ନେପାଳୀ ସୈଫି ମଦ
ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖାଯାଉଛି ଯେ ମଦକୁ ଏକ ଠେଲାଗାଡିରେ ବିକ୍ରି କରାଯାଉଛି ଏବଂ କିଛି ମିନିଟମଧ୍ୟରେ ଗାଡ଼ି ସଂପୂର୍ଣ୍ଣ ଖାଲି ହୋଇଯାଉଛି । ଲୋକମାନେ ଅଳ୍ପସମୟ ମଧ୍ୟରେ ମଦ ବୋତଲଗୁଡ଼ିକୁ କିଣିନେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ମଦ ସୀତାମଢି ଜିଲ୍ଲା ବୈରଗନିଆ ବ୍ଲକର ପଟେଲ ଛକରେ ବିକ୍ରି ହେଉଛି।
ବିହାର ନୀତୀଶ କୁମାରଙ୍କ ମଦ ନିଷେଧାଜ୍ଞାର ବାସ୍ତବତା କ’ଣ ତାହା ଏହି ଘଟଣାରୁ ପ୍ରମାଣିତ ହୋଇଯାଉଛି । ବିହାରରେ ନାଁକୁ ମଦ ନିଷିଦ୍ଧ ଥିବାବେଳେ ମଦ ଚୋରାଚାଲାଣ ବଢିଚାଲିଛି । ଏହା ସହିତ ଲୋକମାନେ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରୁଛନ୍ତି ।